ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହେଲା

ଗତ କାଲି ସୁରତର ଏକ କୋର୍ଟ ରାହୁଲ ଗାନ୍ଧୀ ମୋଦୀ ସଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ କୁ ନେଇ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।ଏହା ପରେ ସଙ୍ଗେ ସଙ୍ଗେ ରାହୁଲଙ୍କୁ କୋର୍ଟ ଜାମିନ ମଧ୍ୟ ପ୍ରଦାନ କରିଥିଲେ। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ଆଜି ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
