ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନରେ ଜିଲ୍ଲା ଫୁଡ୍ ଇନ୍ସପେକ୍ଟର, ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଚଢାଉ।

ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନରେ ଜିଲ୍ଲା ଫୁଡ୍ ଇନ୍ସପେକ୍ଟର, ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଚଢାଉ। ବାସିଖାଦ୍ୟ, ଆକୁଆଗର୍ଡ ଯାଞ୍ଚ,ପାଣି ନମୁନା, ଖାଦ୍ୟସାମଗ୍ରୀ ନମୁନା ସଂଗ୍ରହ ସହିତ ପରିଷ୍କାର ପରିଛନତା  ରହିବା ପାଇଁ ନିର୍ଦ୍ଦେଶ ରଘୁନାଥପୁର . ରାଜ୍ୟ  ରେ ବିଭିନ୍ନ ଜିଲ୍ଲାରେ ଝାଡା ବାନ୍ତି  ରେ ପଡ଼ି  ଡାଇରିଆ  ରେ  ମୃତ୍ୟୁ   ବରଣ  ପରେ ବିଭାଗ ର  ଚେତା ପଶିଛି ଆଜି ଅଚାନକ  ଫୁଡ ଇନ୍ସପେକ୍ଟର   ସମିତା ଦାସ ନେତୃତ୍ମବ  ରେ ୭ ଜଣିଆ ଟିମ ତାର ପୁର  ବାଇପାସ  ବଜାର ଓ ରଘୁନାଥପୁର ବଜାରରେ  ମିଠା ଦୋକାନ,  ଜଳଖିଆ  ଦୋକାନ, ହୋଟେଲ୍ ରୁ ୫ ହଜାରେ ଟଙ୍କା ଜୋରିମାନା ଆଦାୟ କାରିଛନ୍ତି।  ଗୁପଚୁପ,ଦହିବରା,ଆଦି ଦୋକାନୀ ଉପରେ ଚଢ଼ାଉ କରି  ଗରମ  ପାଣି ରେ ବ୍ୟବହାର କରିବା ଓ ଦୋକାନୀ ଜଣକ ହାତରେ ଗ୍ଲୋପ, ମୁଣ୍ଡରେ  ଟୋପି  ଦେଇ  ବିକ୍ରି  କରିବେ  ଯିଏ ନିୟମ ଉଲଂଘନ  କରିବ ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବ। ବାଇ ପାସ୍ ବଜାର ରେ ଡ୍ରେନେଜ୍ ରୁ ଦୁର୍ଗନ୍ଧ  ବାହାରୁ ଥିବାରୁ ଡ୍ରେନେଜ ବ୍ୟବହାକାର ଉପରେ କଟକଣା ବାକରିବା ସହିତ ବିଭାଗୀୟ ଅଧି କରୀ ଙ୍କ ସହିତ  ସମାଧାନ  କରିବା ପାଇଁ ଆଲୋଚନା କାରିଛନ୍ତି  । ଯଦି କୌଣସି ସ୍ଥାନ ମନଙ୍କରେ ପାଣି ପାଉଚ୍ ବିକ୍ରୀ ହେଉଥିବାର ଦେଖିବାକୁ ମିଳେ ଏହାର ସୂଚନା ଦେବାକୁ ମଧ୍ୟ କୁହାଯାଇଛି। ଡ୍ରେନେଜ୍ ଜଳ ନିଷ୍କାସନ ନ ହେବାରୁ ସେଠାରେ ମାଛି ସୃଷ୍ଟି ହୋଇ ଖାଦ୍ୟ ପଦାର୍ଥ ରେ ବସୁଛନ୍ତି ଏଥି ନିମନ୍ତେ ଡ୍ରେନ ସଫେଇ ମୁଖ୍ୟ ସମସ୍ୟା ପାଲଟିଛି।। ଆଗକୁ ଜିଲ୍ଲାର ସମସ୍ତ ଜାଗାରେ ଚଢାଉ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ଫୁଡ୍ ଇନ୍ସପେକ୍ଟର  କହୁଛନ୍ତି।

Leave a Reply

Your email address will not be published. Required fields are marked *