ସାମାନ୍ୟ ବଚସା ରୁ ହତ୍ୟାକାଣ୍ଡ ଓ ଅଭିଯୁକ୍ତ ଗିରଫ

କନ୍ଧ ମାଳ ଜିଲ୍ଲା ରାଇକିଆ ପେଟାପାଙ୍ଗା ଗ୍ରାମରେ ଅଗଷ୍ଟ ମାସ ୨୮ ତାରିଖ ରେ ଘଟିଥିବା ହତ୍ୟା କାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ରାଇକିଆ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିଦିନ ରାତ୍ର ସମୟ ରେ କୌଣସି ସାମାନ୍ୟ କଥା କୁ ନେଇ ଉଭୟ ଙ୍କ ମଧ୍ୟ ରେ ବଚସା ହୋଇଥିଲା ଯାହାକୁ ନେଇ ଏହି ହତ୍ୟା କାଣ୍ଡ ଘଟେଇଥିବା ଅଭିଯୁକ୍ତ ପୋଲିସ୍ ପାଖ ରେ ପ୍ରକାଶ କରିଛି।। ସୁରଥ ଦିଗାଲ ସୋଇଥିବା ର ସୁଯୋଗ ନେଇ ଭବାନୀ ଶଙ୍କର ଓରୋଫ କାଳିଆ ମରଣାନ୍ତକ ଆକ୍ରମଣ କରିଥିଲା ଯାହା ଫଳ ରେ ସୁରଥ ଦିଗାଲ ଗୁରୁତର ହୋଇ ପଡ଼ିଥିଲେ ପ୍ରଥମେ ତାହାଙ୍କୁ ଗୁରୁତର ଅବସ୍ଥାରେ ଟିକାବାଲି ଡାକ୍ତର ଖାନା କୁ ନିଆ ଯାଇଥିଲା ଓ ପରେ ଫୁଲବାଣୀ ମେଡିକାଲ୍ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ହେଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଏହି ବିଷୟ ନେଇ ରାଇକିଆ ଥାନାରେ ଅଭିଯୋଗ କରାଯାଇଥିଲା।ରାଇକିଆ ଥାନାଧିକାରୀ ରମାକାନ୍ତ ପାତ୍ର ଘଟଣା ର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଭବାନୀ ଶଙ୍କର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଅଛି।

ରାଇକିଆ ରୁ ନୃସିଂହ ଚରଣ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *