ଓଡ଼ିଶା ଲେଖିକା ସଂସଦ (ପୁରୀ ଶାଖା)ର ରଜ ଆସର ଏବଂ ସାଙ୍ଗଠନିକ ଆଲୋଚନା

ପୁରୀ ୧୭/୬: ବଳଗଣ୍ଡି ଭକ୍ତ ସାଲବେଗ ପୀଠ ସଭାଗୃହରେ ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ରଜ ଆସର ଏବଂ ସାଙ୍ଗଠନିକ ଆଲୋଚନା ବରିଷ୍ଠ ଲେଖିକା ପ୍ରତିଭା ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲାର ଆବାହିକା ପୈ। ର୍ଣ୍ଣମାସୀ ଦେବୀ, ରେଣୁବାଳା ଦଳାଇ, ସୁରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ବିପିନ ବିହାରୀ ଦଳାଇ ମଞ୍ଚାସୀନ ରହିଥିବା ବେଳେ ଅନୁଷ୍ଠାନର ଅନ୍ୟ ସଦସ୍ୟାମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ପ୍ରାରମ୍ଭରେ ବରିଷ୍ଠ ଲେଖିକା ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଏକ କବିତା ଆସରକୁ ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର ଏବଂ ମନୋରମା ପାତ୍ର। ଅନ୍ୟମାନଙ୍କ ମଧ୍ୟରେ ତୃପ୍ତି ପଣ୍ଡା, ଉଲ୍ଲାସବାଳା ଦାସ, ପ୍ରତିଭା ଦାଶ, ସରୋଜିନୀ ସାହୁ, ଶର୍ମିଷ୍ଠା ଜେନା ଏବଂ ନିରୁପମା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଆଲୋଚିତ ପ୍ରସ୍ତାବକୁ ଆଗାମୀ ଦିନରେ ରୂପରେଖ ଦେବାକୁ ସମସ୍ତ ସଦସ୍ୟାମାନେ ଯତ୍ନବାନ ହେବେ ବୋଲି ଆବାହକ ଅନୁରୋଧ କରି ସହଯୋଗ ଆଶା କରିଛନ୍ତି।।

Leave a Reply

Your email address will not be published. Required fields are marked *