ରଜ ମହୋତ୍ସବ ଉଦଯାପିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ବାଇଶିମୌଜା ସ୍ଥିତ ମଇନ୍ଦିପୁର ଠାରେ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଶ୍ରୀକୁମାର ଦାଶଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ସ୍ଥାନୀୟ ତହସିଲଦାର ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଏହି ରଜପର୍ବ କୁ ଉଦଯିବିତ ରଖିବା ପାଇଁ ଏହିଭି ପ୍ରୟାସ କୁ ସ୍ବାଗତ କରିଥିଲେ । ସହର ଅପେକ୍ଷା ଗାଁ ରେ ଏହି କୃଷି ଭିତ୍ତିକ ରଜ ପର୍ବ ପାଳନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଆୟୋଜକ ଡା ଶୁଭକୁମାର ଙ୍କ ଏଭଳି ନିଆରା ଉଦ୍ୟମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ କିଭଳି ଭାବରେ ଗାଁ ର ଉନ୍ନତି ଓ ପାଠାଗାର ର ଉର୍ଣ୍ଣତି କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Reporter- Rita Sahoo

Leave a Reply

Your email address will not be published. Required fields are marked *