ଢେଙ୍କାନାଳ ର ବିଭିନ୍ନ ଜାଗାରେ ଧୁମ୍ ଧାମ ପାଳିତ ହୋଇଯାଇଛି ରଜ

– ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରେ ଧୁମଧାମରେ ପାଳିତ ହେଉଛି ରଜପର୍ବ ନାରୀତ୍ୱ କୁ ସମ୍ମାନ ଦେବା ର ପର୍ବ ହେଉଛି ରଜପର୍ବ l ନାରୀତ୍ୱ କୁ ସମ୍ମାନ ଦେଇ ରଜ ଉତ୍ସବ ପୁରପଲ୍ଲୀ ରେ କେଉଁ କାଳରୁ ପାଳିତ ହେଉଛି l ସକାଳୁ ଭୋରୁ ଉଠି କୁଆଁରୀ ମାନେ ସଜେଇ ହୋଇ ଦୋଳି ଖେଳିବା ପାଇଁ ଗାଁ ତୋଟା କୁ ଯାଇଥାନ୍ତି l ପିଲା ଠାରୁ ବୟସ୍କ ଲୋକ ମାନେ ଏହି ରଜ ଉତ୍ସବ କୁ ଖୁବ ଧୂମଧାମ ରେ ପାଳି ଥାଆନ୍ତି l ରଜ ପୂର୍ଵ ଦିନ ଠାରୁ ରଜ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ l ରଜ ପୂର୍ଵ ଦିନ ଠାରୁ ଗାଁ ଗହଳି ପୁର ପଲ୍ଲୀ ରେ ପୋଡ଼ ପିଠା ତିଆରି ହୋଇଥାଏ l

ମାନ୍ୟତା ଅଛି ରଜରେ ପୃଥିବୀ ରଜସ୍ୱଳା ହୋଇଥାଏ l ଯେହେତୁ ପୃଥିବୀ ଆମ ମା ସେଥିପାଇଁ ନାରୀ ମାନଙ୍କୁ ସମ୍ମାନ ଦେଇ ରଜ ରେ କୌଣସି ସ୍ତ୍ରୀ ଲୋକ କାଟିବା ଓ ବାଟିବା ଆଦି କାମ କରିନଥାନ୍ତି l ସ୍ତ୍ରୀ ଲୋକ ଓ ଝିଅ ମାନେ ସଜେଇ ହୋଇ ପିଠା ପଣା ଓ ସବୁଠୁ ପ୍ରସିଦ୍ଧ ରଜ ପାନ ଖାଇ ଦୋଳି ଖେଳି ଥାଆନ୍ତି l ଢେଙ୍କାନାଳ ସହର ଏସବୁ ଜିନିଷ ରୁ ବାଦ ପଡିବ ବା କେମିତି l ଆଜି ଢେଙ୍କାନାଳ ରେ ବିଭିନ୍ନ ଜାଗାରେ ଏସବୁ ପରମ୍ପରା ମଧ୍ୟ ଦେଖିବାକୁ ମିଳିଥିଲା l ଝିଅ ମାନେ ରଜ ପାଇଁ ସଜବାଜରେ ଲାଗିପଡ଼ିଥିଲେ l ଝିଅ ମାନେ ମେହେନ୍ଦି ଲଗାଇ ଥିଲେ l ସକାଳୁ ଉଠି ନୂଆ ଜାମା ପିନ୍ଧି ଅଳତା ନାଇଁ ରଜ ଦୋଳି ଖେଳିଥିଲେ l ଛୋଟ ଝିଅ ମାନଙ୍କୁ ଘରର ବଡ ମାନେ ସଜେଇ ଦେଇଥିଲେ l ରଜ ପାନ ଦୋକାନ ରେ ଛୋଟ ଛୋଟ ଝିଅ ମାନଙ୍କ ର ଭିଡ଼ ଦେଖି ବାକୁ ମିଳିଥିଲା l