ଭଗବତୀ ଓ ରାମଚଣ୍ଡୀ ପୀଠରେ ଧୁମଧାମରେ ପାଳିତ ହେଉଛି ରଜ ପର୍ବ

କୋଣାର୍କ – ଭଗବତୀ ଓ ରାମଚଣ୍ଡୀ ପୀଠରେ ଧୁମଧାମରେ ପାଳିତ ହେଉଛି ରଜ ପର୍ବ।ଆଙ୍କର – ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କରେ ଅବସ୍ଥିତ ମା ଭଗବତୀ ପୀଠ ଓ ରାମଚଣ୍ଡୀ ପୀଠରେ ଓଡିଶାର ଗଣପର୍ବ ପବିତ୍ର ରଜ ପର୍ବ ଧୁମ୍ ଧାମରେ ପାଳିତ ହେଉଛି। ପୁର ପଲ୍ଲୀ ଓ ଦୂର ଦୁରନ୍ତରୁ ହଜାର ହଜାର ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ, ଚନ୍ଦ୍ରଭାଗା ବେଳାଭୂମିରେ ମଜା ଉଠାଇବା ସହିତ ପ୍ରସିଦ୍ଧ ଦେବୀ ପୀଠ ମା ଭଗବତୀ ପୀଠରେ ଓ ରାମଚଣ୍ଡୀ ପୀଠରେ ରଜ ପର୍ବ ପାଳନ କରୁଛନ୍ତି। ପରିବାର, ବନ୍ଧୁବର୍ଗ ଓ ସାଙ୍ଗ ସାଥି ମାନଙ୍କ ସହ ବୁଲାବୁଲି କରି ଦୋଳି ଖେଳ ଓ ରଜ ପାନର ମଜା ନେଉଛନ୍ତି କୁମାରୀ ଝିଅ ମାନେ ଓ ମହିଳାମାନେ। ବୁଲାବୁଲି ଓ ଦୋଳି ଖେଳି ଖୁସିବ୍ୟକ୍ତ କହିଛନ୍ତି ଆସିଥିବା ଝିଅମାନେ

Leave a Reply

Your email address will not be published. Required fields are marked *