ଗୋପାଳପୁର ରେ ରଜ ମହୋତ୍ସବ ପାଳନ

ଗୋପାଳପୁର ରେ ରଜ ମହୋତ୍ସବ ପାଳନ। ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ ଗୋପାଳପୁର ଆଦର୍ଶ ଗ୍ରାମର ମା ମଙ୍ଗଳାଙ୍କ ମନ୍ଦିର ପରିସର ରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି.ଏହି ଅବସରରେ ଦୋଳି ଖେଳ ଠାରୁ ନାଚ ଗୀତ ଧୁମଧାମରେ ରଜ ପାଳୁଛନ୍ତି ଝିଅ ଓ ବୋହୂ ମାନେ, ପୁଞ୍ଚି ଓ କବାଡ଼ି, ଝୋଟି ପକା, ନୃତ୍ୟ ପ୍ରତିଯୋଗିତାରେ କମ୍ପୁଛି ଗୋପାଳପୁର ଖିଲିପାନ ଖାଇ ରଜ ଦୋଳିରେ ରଜ ଗୀତ ଗାଇ ଝୁମୁଛନ୍ତି କୁଆଁରୀ ଝିଅ ମାନେ।ଏଥିରେ ମୁଖ୍ୟ ଅତିଥିଭାବେ ନବ ନିର୍ବାଚିତ ତିର୍ତ୍ତୋଲ ବିଧାୟକ ଡକ୍ଟର ରମାକାନ୍ତ ଭୋଇ,ସମ୍ମାନନିୟ ଅତିଥି ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ,ଧରାଧରପୁର ସରପଞ୍ଚ ନାରୀ ନେତ୍ରୀ ନଳିନୀପ୍ରଭା ମୁଦୁଲି ଯୋଗ ଦେଇଥିଲେ. ଯୁବନେତା ଭାସ୍କର ପଟ୍ଟନାୟକ, କେଦାର ସାହୁ ପ୍ରମୁଖ ଏହି ସଭାରେ ସାମିଲ ହୋଇଥିଲେ.