ଓଡ଼ିଶୀ ସଙ୍ଗୀତ ଓ ସାରଙ୍ଗୀ ବାଦନରେ ସଙ୍ଗୀତମୁଖର ରାଜାରାଣୀ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜି ଦ୍ୱିତୀୟ
ବର୍ଣ୍ଣାଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସାରଙ୍ଗୀ ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା ।
ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ରୂପକ କୁମାର ପରିଡ଼ାଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ । ପ୍ରଥମେ ରାଗ ବଜ୍ରକାନ୍ତି ତାଳ ଯତି ଉପରେ ନିବଦ୍ଧ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚନାରେ ପ୍ରବନ୍ଧ କଦମ୍ବ ବନେ ବଂଶୀ ବାଜିଲାରେ ପରେ ପରେ ଗୀତଗୋବିନ୍ଧରୁ ଉଦ୍ଧୃତ ପ୍ରବନ୍ଧ ଗତି ସୁଖ ସାରେ ପରିବେଷଣ କରିଥିଲେ । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଲ ଚମ୍ପୁ ଲୀଳାନିଧି ହେ ଲାଜେ ମୁଁ ଗଲିଟି ସରି ପରେପରେ ପରିବଷେଣ କରିଥିଲେ କେତୋଟି ଭାଗାଙ୍ଗ । ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଗୁରୁ ରୂପକ କୁମାର ପରିଡ଼ା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ମର୍ଦଳରେ ଗୁରୁ ସଚ୍ଚିଦା ନନ୍ଦ ଦାସ, ବଂଶୀରେ ସୌମ୍ୟ ରଞ୍ଜନ,
ହାରମୋନିୟମ୍ରେ ବାଳକୃଷ୍ଣ ଜେନା ଏବଂ ତାନପୁରାରେ ବଶୁନ୍ଧରା ପରିଡ଼ା ସହଯୋଗ କରିଥିଲେ ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବଂଶୀ ବାଦନ ଯାହାକୁ ପରିବେଷଣ କରିଥିଲେ ବିଖ୍ୟାତ ବଂଶୀ ବାଦକ ବିଦୁଶୀ ସିକ୍କିଲ ମାଳା ଚନ୍ଦ୍ରଶେଖର । କର୍ଣ୍ଣାଟକୀ ଶୈଳୀର ବିଭିନ୍ନ ତାଳ ଓ ରାଗ ସମ୍ମନୟରେ ବଂଶୀ ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ବେହେଲାରେ ଭି ଭି ଶ୍ରୀନୀବାସ ରାଓ, ମୃଦଙ୍ଗରେ ଆର ଅନନ୍ତକ୍ରୀଷ୍ଣନ୍ ଏବଂ ଘଟମ୍ରେ ଡ଼. କେ ମୁରଲୀ । ଦ୍ୱିତୀୟ ସନ୍ଧ୍ୟାର ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ; ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକ୍ତା ଦାସ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ।
