ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଜଗତସିଂହପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଦେଶ ଗଠନରେ ସ୍ୱର୍ଗତ ଗାନ୍ଧୀଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା।।ଏଥିସହ ଚର୍ଚ୍ଚିକା ବଜାର ସ୍ଥିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତୀରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା, ନଗର କଂଗ୍ରେସ ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରିୟନାଥ ରାୟ, ନିରଞ୍ଜନ ସେନ,ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *