କୋଣାର୍କ ଥାନାର ବରିଷ୍ଠ ହାବିଲଦାର ରାଜକିଶୋର ତ୍ରିପାଠୀଙ୍କ ଅବସର
କୋଣାର୍କ ୧୨.୦୩.୨୩ କୋଣାର୍କ ଥାନାରେ କାର୍ଯ୍ୟରତ ହାବିଲଦାର ଶ୍ରୀଯୁକ୍ତ ରାଜକିଶୋର ତ୍ରିପାଠୀ ଚଳିତ ମାସ ୩୧ ତାରିଖରେ ସରକାରୀ ବୃତିଗତ କର୍ମମୟ ଜୀବନରୁ ସେବା ନିବୃତ ହେବେ । ପୋଲିସ ସେବା କର୍ମମୟ ଜୀବନରୁ ଅବସର ନେବାର ଅବ୍ୟବହିତ ପୂର୍ବରୁ କୋଣାର୍କ ଥାନା ପକ୍ଷରୁ ଗତ ୧୦ତାରିଖ ସନ୍ଧ୍ୟାରେ ଥାନା ପରିସରରେ ଏକ ବିଦାୟୀକାଳିନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।
କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଦାୟୀ ସମ୍ବର୍ଦ୍ଧନା ସଭାରେ କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ସମାଜସେବୀ ରାମକୃଷ୍ଣ ମହାନ୍ତି, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପଦ୍ମଚରଣ ବେଉରିୟା, ଏସଆଇ ଦୀପକ ରଞ୍ଜନ ସାମନ୍ତସିଂହାର, ବରିଷ୍ଠ କର୍ମଚାରୀ ବନବିହାରି ନାୟକ, ନବକିଶ୍ବର ବେହେରା, ପ୍ରଦୀପ୍ତ କୁମାର ମିଶ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି, କୋଣାର୍କରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧି, କୋଣାର୍କର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାସହ ଗୁଣଗାନ କରିଥିଲେ ।
ଶ୍ରୀଯୁକ୍ତ ତ୍ରିପାଠୀ ୧୯୮୬ ମସିହା ଜୁନ ୧୦ତାରିଖରେ ଓଡିଶା ରିଜର୍ଭ ପୋଲିସ ଫୋର୍ସରେ ଯୋଗଦେଇ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ତ୍ରିପାଠୀ ଅବିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଯୋଗଦେଇ ନିଜ କାର୍ଯ୍ୟଦକ୍ଷତାର ପରିଚୟ ପ୍ରତିପାଦନ କରିଥିଲେ । ଏଥିପାଇଁ ସେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଥିଲେ । ନିଜର କର୍ତ୍ତବ୍ୟ ନିଷ୍ଠ ସେବା ପାଇଁ ସେ ଅନେକଥର ପୋଲିସ ବିଭାଗ ପକ୍ଷରୁ ପୁରସ୍କୃତ ହୋଇଥିବାବେଳେ ୨୦୨୨ ମସିହା ଅପ୍ରେଲ ମାସ ୧ ତାରିଖରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରେ ପୁରୀ ଜିଲ୍ଲା ଆରକ୍ଷୀ ନିରୀକ୍ଷକ କନଓ୍ବର ବଶାଲ ସିଂହଙ୍କ ଦ୍ବାର ଶ୍ରେଷ୍ଠ ପୋଲିସ କର୍ମଚାରୀ ଭାବେ ପୁରସ୍କୃତ ହୋଇଥିଲେ । ଶ୍ରୀ ତ୍ରିପାଠୀ ଜଣେ ଶାନ୍ତ ସରଳ ସ୍ୱଭାବର ମିଷ୍ଠଭାସି ପୋଲିସ କର୍ମଚାରୀ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ କହିଛନ୍ତି ଦୀର୍ଘ ୩୦ ବର୍ଷର କର୍ମମୟ ଜୀବନରେ ତାଙ୍କୁ ଅନେକ ଘାତ ପ୍ରତିଘାତ ସହିବାକୁ ପଡିଛି । ବିଭିନ୍ନ ମାମଲା ନେଇ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାସହ ସେମାନଙ୍କ ସମସ୍ୟାର ଆଶୁ ସମାଧନ କରିବାରେ ସେ ସହଯୋଗ କରିଛନ୍ତି । ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ସେ ଯଥାଚିତ ସମ୍ମାନ ପ୍ରଦର୍ଶନ ମଧ୍ୟ କରିଛନ୍ତି ।
ଶ୍ରୀଯୁକ୍ତ ତ୍ରିପାଠୀଙ୍କର ବିଦାୟୀ ସମ୍ବର୍ଦ୍ଧନା ଅବସରେ ତୀର୍ଥକ୍ଷେତ୍ର ପରିବାର ପକ୍ଷରୁ ତାଙ୍କର ଦୀର୍ଘ ଓ ନାରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।