ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ମନୋନୀତ ହେଲେ ୧୧ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ ଅଛନ୍ତି । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଟିଏମସି ନେତା ଡେରେକ ଓ ବ୍ରାୟନଙ୍କ ସମେତ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭାର ଏହି ନିର୍ବାଚନ ପାଇଁ ଜୁଲାଇ ୨୪ରେ ମତଦାନ ହେବାର ଥିଲା ।
ଏହି ନିର୍ବାଚନ ପରେ ରାଜ୍ୟସଭାରେ ବିଜେପିର ଗୋଟିଏ ସିଟ ବଢିଲା । ଏହାକୁ ମିଶାଇ ବିଜପିର ରାଜ୍ୟସଭା ଆସନ ସଂଖ୍ୟା ୯୩ ରେ ପହଞ୍ଚିଲା । ଟିଏମସିର ଡେରେକ ଓବ୍ରାୟନ, ସୁଖେନ୍ଦୁ ଶେଖର ରାୟ ଏବଂ ଡୋଲା ସେନ ପୁଣି ଥରେ ରାଜ୍ୟ ସଭାରେ ନିଜ ସ୍ଥାନ ପୁଣି ଥରେ ଅକ୍ତିଆର କରିଛନ୍ତି । ଏମାନଙ୍କ ବ୍ୟତୀତ ସାକେତ ଗୋଖେଲ, ସମୀରୁଲ ଇସଲାମ, ପ୍ରକାଶଚିକ ବଡାଇକ ମଧ୍ୟ ଟିଏମସିରୁ ମନୋନୀତ ହୋଇଛନ୍ତି । ପଶ୍ଚିମବଙ୍ଗ କୁଚ ବିହାରର ଅନନ୍ତ ମହାରାଜ ବିଜେପି ପ୍ରାର୍ଥୀଭାବେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଛନ୍ତି ।
ଏହି ନିର୍ବାଚନ ପରେ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା କମ ହୋଇଯାଇଥିବେଳେ ବିଜେପିର ପ୍ରାର୍ଥୀ ସଂଖ୍ୟା ବଢି ଯାଇଛି । ବିଜେପି ଏବଂ ସହଯୋଗୀ ଦଳର ସଂଖ୍ୟା ମିଶି ୧୦୫ ହୋଇଛି । ଏବେ ସରକାରଙ୍କ ପକ୍ଷରେ ୧୧୨ ଜଣ ସାଂସଦ ଅଛନ୍ତି ଯାହା ବହୁମତଠାରୁ ୧୧ କମ । ଆଗକୁ ସରକାରଙ୍କୁ ବହୁଜନ ସମାଜପାର୍ଟି, ଜେଡିଏସ ଏବଂ ଟିଡିପିର ସମର୍ଥନ ମିଳିବାର ସମ୍ଭାବନା ରହିଛି ।