ପବିତ୍ର ରକ୍ଷାବନ୍ଧନ ମହୋତ୍ସବ : ଶାନ୍ତି ଶକ୍ତି ଭବନରେ ରକ୍ଷାବନ୍ଧନ ପାଳିତ

ଆସିକା ସହରର ପୁରୁଣା ବସଷ୍ଟାଣ୍ଡ ନିକଟ ଶାନ୍ତି ଶକ୍ତି ଭବନରେ ସନ୍ଧ୍ୟା ୬:୩୦ମିରେ ରକ୍ଷାବନ୍ଧନ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା।”ପବିତ୍ର ରକ୍ଷାବନ୍ଧନ ର ଆଧ୍ୟାତ୍ମିକ ରହସ୍ୟ ତଥା ଈଶ୍ବରୀୟ ଅନୁଭୂତ”ସନ୍ଦର୍ଭରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଓମ୍ ଶାନ୍ତି ସପରିବାର ବୃନ୍ଦ। ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଆସିକା ବିଧାୟିକା ଶ୍ରୀ ମତୀ ମଞ୍ଜୁଳା ସ୍ଵାଇଁ ତତ୍ ସହିତ ଶ୍ରୀ ଦିଲୀପ ନାୟକ,ଓକିଲ ସୁଧାଂଶୁ ପଣ୍ଡା ବାବୁ ,ବଡ଼ ଭଉଣୀ ପ୍ରଭାତୀ,ସତ୍ୟ ଭାଇ,ସରୋଜ ଭାଇ, ନିରଞ୍ଜନ ଭାଇ, ସୁନିଲ୍ ଭାଇ ,ବୁଲୁ ଭାଇ ଓମ୍ ଶାନ୍ତି ପରିବାରର ସମସ୍ତ ସଦସ୍ୟ ଏବଂ ଆଖପାଖ ଅଞ୍ଚଳର ବହୁଲୋକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସଞ୍ଚାଳକ ବଡ଼ ଭଉଣୀ ପ୍ରଭାତୀ। ପ୍ରଭାତୀ ଭଉଣୀ ଙ୍କ ସ୍ଳୋଗାନ ଥିଲା “ଯୋଗିହୁଅ —ପବିତ୍ର ହୁଅ”ଓମ୍ ଶାନ୍ତି ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ର ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟ କ୍ରମ ସପ୍ତାହ ବ୍ୟାପୀ ପାଳନ ଅବସରରେ ରବିବାର ସନ୍ଧ୍ୟା ୬:୩୦ ମଇ ରେ ଆରମ୍ଭ କରିଥିଲେ ଉକ୍ତ କାର୍ଯ୍ୟକ୍ରମ । ପ୍ରଥମେ ଅତିଥି ପରିଚୟ ସାଂଗ କୁ ସଂକ୍ଷିପ୍ତ ବିବରଣୀ ଦେଇଥିଲେ ସତ୍ୟ ଭାଇ ତତ ପରେ ବଡ ଭଉଣୀ ପ୍ରଭାତୀ ରକ୍ଷାବନ୍ଧନ ର ମହତ୍ୱ ପ୍ରତିପାଦିତ କରି କହିଥିଲେ ଯେ ଯେପରିକି ହିନ୍ଦୁ ଭଉଣୀ ମୁସଲମାନ ଭାଇକୁ ରାଖୀ ବାନ୍ଧି ନିଜ ରାଜ୍ୟ କୁ ଶତୃଠାରୁ ରକ୍ଷା କରିଥିଲେ। ବିଧାୟିକା ଶ୍ରୀ ମତୀ ମଞ୍ଜୁଳା ସ୍ଵାଇଁ ଉକ୍ତ ଉତ୍ସବର ମହତ୍ୱ ପ୍ରତିପାଦିତ କରିଥିଲେ। ତତ୍ ପର ଶ୍ରୀ ଦିଲୀପ ନାୟକ, ସୁଧାଂଶୁ ପଣ୍ଡା ନିଜ ନିଜର ବକ୍ତବ୍ୟ ରକ୍ଷାବନ୍ଧନ ଉପରେ ରଖିଥିଲେ। ପରିଶେଷରେ ସମସ୍ତ ଉପସ୍ଥିତ ବୃନ୍ଦ ପ୍ରସାଦ ସେବନ କରିଲେ।
ରିପୋର୍ଟ : ରଞ୍ଜନ କୁମାର ରାଉତ