ତିହିଡି ଯୁବମଞ୍ଚ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ମହାନ ଗାଥା ବହନ କରୁଥିବା ରାସପୂର୍ଣ୍ଣିମା ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ନେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅଧିଵକ୍ତା ଗଦାଧର ବଳ ମୁଖ୍ୟ ଵକ୍ତା ତିହିଡି ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼. ଲକ୍ଷ୍ମୀଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ ଅନ୍ୟତମ ଅତିଥିଭାବେ ଶିକ୍ଷାବିତ ସୋମନାଥ ପାଢ଼ୀ, ମନୋଜ ସେନାପତି, ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି, ଉପ ସଭାପତି ପ୍ରିୟବ୍ରତ ପାଢ଼ୀ ସହସମ୍ପାଦକ ଅଧ୍ୟାପକ ଦିଲ୍ଲୀପ ପତି ପ୍ରମୁଖ ମଞ୍ଚାସିନ ରହି ଉତ୍କଳୟ ସଂସ୍କୃତି ପରମ୍ପରାର ପ୍ରତୀକ ରାସପୂର୍ଣ୍ଣିମା ଏବଂ ବୋଇତ ବନ୍ଧାଣ ଉପରେ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସଂଗଠନ ଉଜ୍ଜୀବିତ ରଖିଛି ମତପୋଷଣ କରିଥିଲେ। ଭାପତି କୈଳାସ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ନିରଞ୍ଜନ ବାରିକ କାର୍ଯ୍ୟକ୍ରମର ଅଭିମୁଖ୍ୟ ସ୍ୱାଗତ ଭାଷଣ ପ୍ରଦାନ କହିଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଶୁଭଲକ୍ଷ୍ମୀ ବୀର ପ୍ରଥମ, ସାଇପ୍ରଭା ମଲିକ ଦ୍ୱିତୀୟ, ମମତା ବେହେରା ତୃତୀୟ, ମଧୁସ୍ମିତା ସାହୁ ଚତୁର୍ଥ , ବରିଷ୍ଠ ବର୍ଗରେ ଶୁଭଲକ୍ଷ୍ମୀ ମାହୁନ୍ତ ପ୍ରଥମ, ଲୋଜିରାଣୀ ବେହେରା ଦ୍ୱିତୀୟ, ଲିସାରାଣୀ ରାଉତ ତୃତୀୟ, ସୁଶ୍ରୀ ବିଦୁସ୍ମିତା ମଲ୍ଲିକ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ୬୪ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ।
ବିଚାରକ ଭାବେ ସାହିତ୍ୟିକା ବିଶ୍ୱମୈତ୍ରୀ ନାୟକ, ଚିତ୍ରଶିଳ୍ପୀ ଜୟନ୍ତ ନାୟକ କାର୍ଯ୍ୟ ତୁଲାଇଥିଲେ l ସାଂସ୍କୃତିକ ସଂଗଠକ ଜିତେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସାକିରୁଦ୍ଦିନ ଖାଁ, ଧାର୍ମାନନ୍ଦ ବେହେରା, ଅଲେଖ ବଳ, ସୟଦ ମହମ୍ମଦ ରଫିକ, ରେଣୁବାଳା ନାଥ ସନ୍ତୋଷ ମହାରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଦସ୍ୟ ସୁବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Punil Kumar Samanta reporter