ଆଜିର ରାଶିଫଳ

ତାରିଖ – 26 ମାର୍ଚ୍ଚ 2023
ମେଷ
ମେଷ ରାଶିର ବ୍ୟକ୍ତିଙ୍କର ଆଜି ମଧ୍ୟମ ଫଳ ପ୍ରାପ୍ତି। ବିଭିନ୍ନ ଦିଗରୁ ଅର୍ଥର ପ୍ରାପ୍ତି ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ବୈବାହିକ ଜୀବନ ସୁଖମୟ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କୌଣସି କାର୍ଯ୍ୟ ପୂର୍ଣ୍ଣ ହୋଇପାରିବ ନାହିଁ । ବିଭିନ୍ନ କାରଣରୁ ମନ ଦୁଃଖ ରହିବ । ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ ସଂପର୍କରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।
ମିଥୁନ
ମିଥୁନ ରାଶିର ବ୍ୟକ୍ତିଙ୍କର ଆଜି ଶୁଭ ଫଳ ପ୍ରାପ୍ତି। ଆଜି ଆପଣଙ୍କ ସମସ୍ତ ଅଭିଳାଷ ପୂର୍ଣ୍ଣ ହେବ । ନୂତନ କାର୍ଯ୍ୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ।
କର୍କଟ
କର୍କଟ ରାଶିର ବ୍ୟକ୍ତିଙ୍କର ଆଜି ଦିନଟି ସେତେ ଭଲରେ କଟିବ ନାହିଁ। କର୍ମକ୍ଷେତ୍ରରେ ଭୁଲ ବୁଝାମଣା ପାଇଁ ମନ ବିବ୍ରତ ରହିବ। ଦୂରଯାତ୍ରାର ସୁଯୋଗ ରହିଛି। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ଦହି ଖାଇ ଘରୁ ବାହାରିଲେ ସମସ୍ତ କାର୍ଯ୍ୟ ଶୁଭ ହେବ।
ସିଂହ
କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ଆଜି ପୂର୍ଣ୍ଣତା ପ୍ରାପ୍ତି ହେବ। ଉପରିସ୍ଥ କର୍ମଚାରୀଙ୍କ ବ୍ୟବହାର ଯୋଗୁଁ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା
ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା
ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। କୌଣସି ଦୁଃଖ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମାନସିକ ଦୁଶ୍ଚିନ୍ତା ଲାଗି ରହିବ।
ବିଛା
ଆଜି ଦୂରଯାତ୍ରାର ସୁଯୋଗ ରହିଛି। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଅସୁବିଧା ଲାଗି ରହିବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।
ଧନୁ
ଆଜି ଆର୍ଥିକ ଚିନ୍ତା ଲାଗି ରହିବ ।ବ୍ୟବସାୟରେ ଆଶାନୁରୂପକ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଅନେକ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି।
ମକର
ପରିବାରରେ କଳହ ଦେଖାଦେଇପାରେ । ଅଟକି ରହିଥିବା କାମ ପାଇଁ ମନ ଭଲ ରହିବ ନାହିଁ । ଦୂରଯାତ୍ରାର ସୁଯୋଗ ରହିଛି। ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ୱଜନ ଦୂରେଇଯାଇପାରନ୍ତି।
କୁମ୍ଭ
ଅଟକି ରହିଥିବା କାମ ଆଜି କୌଣସି ବନ୍ଧୁଙ୍କ ସହଯୋଗରେ ପୂର୍ଣ୍ଣ ହେବ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କୁ ଦୋଷ ଦେବେ । ଏଣୁ ଆଜି ଦିନଟି ସାବଧାନରେ ଚଳିବା ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ଉନ୍ନତି ସମ୍ଭାବନା।
ମୀନ
ମୀନ ରାଶିର ବ୍ୟକ୍ତିଙ୍କର ଆଜି ଶୁଭ ଫଳ ପ୍ରାପ୍ତି। ଆଶା କରୁଥିବା ଦିଗରୁ ସାହାଯ୍ୟ ଓ ସହଯୋଗ ପାଇବେ । ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଦୃଷ୍ଚିରୁ ଦିନଟି ବହୁତ ଭଲ ରହିବ।