ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ

ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ

ନୀଳାଚଳ ଧାମ ପ୍ରସ୍ତୁତ କରୁଛି ପ୍ରଭୁ ଙ୍କ ରଥ ଯାତରା
ଲୀଳାମୟ ଙ୍କ ର ମନ ଯେ ଉଛନ
ଭକତ ବତ୍ସଳ ପରା
ପ୍ରଭୁ ଙ୍କ ରଥ ଯାତରା।
ତୀର୍ଥକ୍ଷେତ୍ର ମଧ୍ୟେ‌‌ ଶ୍ରେଷ୍ଠ କ୍ଷେତ୍ର ଅଟେ ଜଗନ୍ନାଥ ଧାମ ପୁରୀ
ବଡ଼ଦେଉଳରେ ପୂଜା ପାଉଥାନ୍ତି
ଦେଇ ଭକତ ଙ୍କୁ ଡୋରି
ଜଗନ୍ନାଥ ଧାମ ପୁରୀ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରେ
ଭାଇ ଭଉଣୀ ଙ୍କୁ ନେଇ
ମାଉସୀ ଘରକୁ ଗମନ କରିବେ
ଭକତ ମୁହଁ କୁ ଚାହିଁ
ଭାଇ ଭଉଣୀ ଙ୍କୁ ନେଇ।
ଭକତ ବତ୍ସଳ ଭକତ ର ବନ୍ଧୁ
ଭକତ ହୃଦୟ ତାରା
ବରଷା ରାଣୀ ର ହୃଦୟ ରୁ ଆସେ
ବହି ବାରିଧି ର ଧାରା
ଭକତ ହୃଦୟ ତାରା।
ଭକତ ର ବନ୍ଧୁ ନାମ ଦୀନବନ୍ଧୁ ଭକତ ବତ୍ସଳ ହୋଇ
ରଥ ଯାତରା ରେ ବିଜେ କଲେ‌ ପ୍ରଭୁ ଭାଇ ଭଉଣୀ ଙ୍କୁ ନେଇ
ଭକତ ବତ୍ସଳ ହୋଇ।
ପୁରୀ ଧାମ ବାସୀ ଅଟନ୍ତି ଯଶସ୍ବୀ ଜଗତ ର‌ ନାଥ ପାଇଁ
ଜଗତ ନାଥ ଙ୍କ ଆଶିଷ ଲଭନ୍ତି ପୁରୀ ରେ ଜନ୍ମିବା ପାଇଁ
ଜଗତ ର ନାଥ ପାଇଁ।
ଅବଢ଼ା ର ପାଇଁ ଭକତ ବ୍ୟାକୁଳ
ଆନନ୍ଦ ବଜାରେ ଯାଇ
ମହା ଆନନ୍ଦରେ ସେବନ କରନ୍ତି
ଜାତି ଭେଦ ସେଠି ନାହିଁ
ଆନନ୍ଦ ବଜାରେ ଯାଇ।
ଆଶିଷ ଦିଅନ୍ତୁ ବ୍ରହ୍ମାଣ୍ଡ ଗୋସାଇଁ
ମାଗୁଣି ଏତିକି ମୋର
ଜୀବନ ମଧ୍ୟରେ ଦୋଷା ଦୋଷ ଥିଲେ
ଦୟାକରି କ୍ଷମା କର
ମାଗୁଣି ଏତିକି ମୋର।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *