କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ କୁନିକୁନି ପିଲାଙ୍କ ଦ୍ଵାରା ରଥଯାତ୍ରା
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-12-at-5.32.06-PM-1024x555.jpeg)
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ କରୋନା ମହାମାରି ପାଇଁ ଦୁଇ ବର୍ଷ ହେଲାଣି ରଥଯାତ୍ରା ଦ୍ଵାରା ଭକ୍ତଙ୍କୁ ଦର୍ଶନ ଦେଇ ପାରୁନାହାନ୍ତି କାଳିଆ ଠାକୁର। ଏଇ ପବିତ୍ର ରଥଯାତ୍ରା ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ଆୟୋଜନ ହୋଇ ପାରିଲା ନାହିଁ॥ଅନେକ ଭକ୍ତ ଆଶା କରିଥିଲେ ଚଳିତ ବର୍ଷ ରଥ ଉପରେ ଚତୁର୍ଧା ମୁର୍ତିଙ୍କର ଦର୍ଷନ ମିଳିବ କିନ୍ତୁ ସବୁ ଆଶା ଆଶାରେ ରହିଗଲା।କିନ୍ତୁ ଲକ୍ଷ୍ମୀପୁରଠାରେ କୁନିକୁନି ପିଲା ମାନେ ପାରମ୍ପାରିକ ରିତି ନିତି ଅନୁଯାୟୀ ରଥଯାତ୍ରା ପାଳନ କରିଥିବା ଦେଖିବାକୁ ମିଳିଛି।ଉକ୍ତ ରଥରେ କୁନିକୁନି ଠାକୁରଙ୍କୁ ଜଗନ୍ନାଥ ପ୍ରେମୀ ଦର୍ଶନ କରି ଆତ୍ମ ସନ୍ତୋଷ ପାଇଛନ୍ତି। ବଡ ରଥ ସିନା ଗଡି ପାରିଲା ନାହିଁ ,ହେଲେ ଛୋଟ ଛୋଟ କୁନି ଭକ୍ତଙ୍କୁ ଅଟକାଇ ପାରିନାହାନ୍ତି କେହି। ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିରରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡିଥିଲା ସାନ କୁନି ରଥ।କୋରାପୁଟ ଭଳି ଉପାନ୍ତ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରରେ କୁନି କୁନି ପିଲାଙ୍କ ଏପରି ଭକ୍ତି ଭାବ କୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରିବା ସହ ରଥ ସାନ ହୋଉକି ବଡ କିନ୍ତୁ ସେଇ ଜଗତର ନାଥ ଜଗନ୍ନାଥଙ୍କ କୁନି ରଥ ଯାତରା ଦେଖି ଭକ୍ତ ମାନେ ଅତ୍ୟନ୍ତ ଖୁସି ମନେ କରିଛନ୍ତି।