ଲୋକେଶ୍ୱରପୁର ରେ ପାଳିତ ହେଲା ରଥଯାତ୍ରା

ଲୋକେଶ୍ୱରପୁର ରେ ପାଳିତ ହେଲା ରଥଯାତ୍ରା l
ଖୋର୍ଦ୍ଧା-27/6-ଖୋର୍ଦ୍ଧା ନିକଟବର୍ତ୍ତୀ ଲୋକେଶ୍ୱରପୁର ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରଥମେ ଦୁଇଜଣ ଛୋଟ ପିଲା ପ୍ରଦୀପ କୁମାର ମୁଦୁଲି ଓ ସାଇ ଅବିନାଶ ଦାସ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଆଜି ସମସ୍ତ ଙ୍କ ସହଯୋଗ ବହୁ ସଂଖ୍ୟାଙ୍କ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତ ରେ ମହାପ୍ରଭୁ ଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହେବାପରେ ରଥଟଣା କାର୍ଯ୍ୟ ଆରମ୍ବ ହୋଇଥିଲା l ଶ୍ରଦ୍ଧାଳୁ ମାନେ ଦୀର୍ଘ ତିନି କିଲୋମିଟର ଧରି ରଥ ଟାଣିଥିଲେ l ଦୀର୍ଘ ନଅ ଦିନ ବ୍ୟାପି ଭଜନ, କୀର୍ତ୍ତନ, ପାଲ୍ଲା, ଦାସକାଠିଆ ପ୍ରଭୃତି ଅନୁଷ୍ଠିତ ହେବ, ଜୁଲାଇ ପାଞ୍ଚ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତହେବ l ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ଙ୍କ ଜନ ସମାଗମ ଦେଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ପୁଲିସ ମୃତୟନ କରାଯାଇଥିଲା l ରଥଯାତ୍ରା ପରିଚାଳନା କମିଟି ର ସଦସ୍ୟ ଅମ୍ବିକା ପ୍ରସାଦ ଦାସ, ରମେଶ ମୁଦୁଲି, କାଳିଆ, ସିନ, କୁନା, ପ୍ରଫୁଲ୍ଲ ପ୍ରମୁଖ ଙ୍କ ସହଯୋଗ ରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିଲା l