ପାଞ୍ଚ ମାସ ହେଵ ମିଳୁନାହିଁ ରାସନ୍। ଡିଲର ଯୋଗଣ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବଳିପଡୁଛନ୍ତି ହିତାଧିକାରୀ।

କେହି ଭୋକ ରେ ମରିବେ ନାହିଁ ର ଲକ୍ଷ୍ୟ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ ଵିନା ମୂଲ୍ୟ ରେ ଯୋଗାଇ ଦିଆଯାଉଛି ଚାଉଳ ଓ ଗହମ। ମାତ୍ର ହିତାଧିକାରୀ ମାନେ ପାଉନାହାନ୍ତି ମାସ ମାସ ଧରି ଚାଉଳ କି ଗହମ। ଅଭିଯୋଗ କଲେ ରାଜନୈତିକ ଵାହୁଛାୟା ତଳେ ରହୁଥିବା ଡିଲର ଙ୍କର ଧମକ୍ ଓ ଯୋଗାଣ ଅଧିକାରୀ ଙ୍କ ନାଲି ଆଖି।ଏହି ଭଳି ଘଟଣା କୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଯୋଗାଣ ଵିଵାଗ କାର୍ଯ୍ୟାଳୟ ରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ବାସୁଦେବପୁର ବ୍ଲକ କରଞ୍ଚ ଆଡିଆ ପଞ୍ଚାୟତ ର ୩ ନମ୍ବର ୱାର୍ଡ ରୁ ୯ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଖାଉଟି ମାନଙ୍କୁ ରାସନ୍ ଚାଉଳ ଓ ଗହମ ବଣ୍ଟନ ଦ୍ବାଇତ୍ୟ ରେ ଡିଲର ଭାବେ ଅଛନ୍ତି କ୍ଷୀରମଣି ସାହୁ।ଡିଲର୍ ଭାବେ କ୍ଷୀରମଣି ଥିବା ବେଳେ ତାଙ୍କ ଦେଢଶୁର ପ୍ରଦୀପ ସାହୁ ସବୁ କିଛି ଵୁଝାଵୁଝି କରୁଛନ୍ତି।ପାଞ୍ଚ ମାସ ହେଲା ଏହି ସବୁ ୱାର୍ଡ ର ଖାଉଟି ମାନଙ୍କୁ ରେସନ୍ ସାମଗ୍ରୀ ନ ଦେଇ ରାଜନୈତିକ ଵାହୁ ଵଳରେ ବଳିୟାର ଵାଵୁ ଜଣକ ସଵୁ ଚାଉଳ ଓ ଗହମ ଗିଳି ଦେଇଛନ୍ତି।ପରେ ହିତାଧିକାରୀମାନେ ଏ ନେଇ ଯୋଗାଣ ବିଭାଗ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ଵି ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ଦାସ ଙ୍କର ଅଜଵ ଯୁକ୍ତି ମାଗଣା ଚାଉଳ ପାଉଛ ଏତେ ବ୍ୟସ୍ତ କାହିଁକି।ପରେ ଏହି ଘଟଣା କୁ ନେଇ ତାତି ଉଠିଥିଲେ କରଞ୍ଚ ଆଡିଆ ଗ୍ରାମ ପଞ୍ଚାୟତ ରୁ ଆସିଥିବା ମହିଳା ମାନେ। ପାଟିତୁଣ୍ଡ ଓ ପରିସ୍ଥିତି ଅଣାୟତ୍ତ ହେବାରୁ ବାସୁଦେବପୁର ଥାନା ଅଧିକାରୀ ସାବିତ୍ରୀ ପଣ୍ଡା ସଦଳବଳେ ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ। କେଉଁ ପରିସ୍ଥିତିରେ ପାଞ୍ଚ ମାସ ଧରି ଗହମ ଓ ଚାଉଳ ଦିଆ ଯାଉନଥିଲା ଓ ଏଵେ କାହିଁକି ତିନି ମାସର ଚାଉଳ ଦିଆଯାଇ ଦୁଇ ମାସ ର ଚାଉଳ କଟା ଯାଉଛି ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଏମ୍,ଆଇ ଅଜୟ କୁମାର ଦାସ ଦେଇପାରି ନଥିଲେ। ଚର୍ଚ୍ଚା ଚାଲିଛି ଡିଲର୍ ଙ୍କ ଉତ୍କୋଚ ଏମ,ଆଇ ଙ୍କ ମୁହଁ ଵନ୍ଦ କରିବାକୁ ବାଧ୍ୟ କରିଛି।ନ ହେଲେ ଦିର୍ଘ ପାଞ୍ଚ ମାସ ଧରି ରାସନ୍ ନ ଦେଵା ମୂଳରେ କଣ ଅଛି କାରଣ ? ଘଟଣା ପ୍ରଶାରଣ ପର୍ଯ୍ୟନ୍ତ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଛି।ଏଵେ ଦେଖିବାକୁ ଵାକି ରହିଲା ହିତାଧିକାରୀ ଙ୍କ ରାସନ୍ ଚାଉଳ ଓ ଗହମ ଗିଳିଦେଇ ଥିବା ଡିଲର୍ ଙ୍କ ଉପରେ କଣ ନିଆ ଯାଉଛି କାର୍ଯ୍ୟାନୁଷ୍ଠାନ ନା ଭୋକରେ ମରିବେ ସାଧାରଣ ଲୋକ।

Leave a Reply

Your email address will not be published. Required fields are marked *