ରାୟଗଡା ଜିଲ୍ଲା କଂଗ୍ରେସ ଦଳ ତରଫରୁ ରାୟଗଡା ବ୍ଲକ କାର୍ଯ୍ୟାଳୟ ଘେରାଉ

ଆଜି ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ୦୯ ଦଫା ଦାବି ନେଇ କଂଗ୍ରେସ ଦଳର କର୍ମୀ ମାନେ ବ୍ଲକ୍ ଘେରାଉ କରାଯାଉଛି, ଏହି ପରିପ୍ରେକ୍ଷୀରେ କଂଗ୍ରେସ କର୍ମୀମାନେ ରାୟଗଡା ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ବିଶାଳ ଶୋଭାଯାତ୍ରାରେ ବାହାରି ରାସ୍ତା ତମାମ ବିଭିନ୍ନ ପ୍ରକାର ନାରାବାଜି କରି ରାୟଗଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ୦୯ ଦାବି ଗୁଡ଼ିକ ହେଲା ବ୍ଲକ କାର୍ଯ୍ୟାଳୟରେ ଶତକଡା ୧୫ରୁ ୫୦%ଭାଗ ପିସି କାରବାର ଚାଲିଛି ତାକୁ ବନ୍ଦ କରାଯାଉ, ଶୀତଳ ଭଣ୍ଡାର ନିର୍ମାଣ କରାଯାଉ, 5ଟି କାମରେ ଦୁର୍ନୀତି ହେଉଛି ତାକୁ ବନ୍ଦ କରାଯାଉ, ପ୍ରତ୍ୟେକ ପ୍ରଶାସନ କାର୍ଯ୍ୟାଳୟ ରେ ବିଦ୍ୟାଳୟରେ, ଚିକିତ୍ସାଳୟ ରେ ଆବଶ୍ୟକୀୟ ସରକାରୀ କର୍ମଚାରୀମାନେ ନାହାନ୍ତି ଯଥା ଶୀଘ୍ର ନିଯୁକ୍ତି କରାଯାଉ, ସୌର ଚାଳିତ ପାଣିପମ୍ପ କାର୍ଯ୍ୟକାରୀ ହେଉନି ଜଲଦି ଉକ୍ତ ପାଣିପମ୍ପ ତିଆରି କରାଯାଉ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସମସ୍ତ ବର୍ଗ ଲୋକଙ୍କୁ ଯାଞ୍ଚ୍ କରି ଆବାସ ଯୋଜନା ପ୍ରଦାନ କରାଯାଉ, ଜମି ପଟା ବଣ୍ଟନ କାରାଯାଉ, ବିଦ୍ୟୁତ ଦରବୃଦ୍ଧି ବନ୍ଦ କରାଯାଉ ଇତ୍ୟାଦି ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ୦୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରିଥିଲେ। କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଅପଲା ସ୍ବାମୀ କାଡ୍ରକା, ରତ୍ନମାଳି ଉଲକା, ଗାଡ଼ିକା ବଚେଲି, ପ୍ରମୁଖ କଂଗ୍ରେସ ଦଳର ନେତା ମାନେ ଉପସ୍ଥିତ ରହି ଥିଲେ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର