ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ୬.୫୦%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବଭଳି ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି |

ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି (ଏମ୍ଏସ୍ଏଫ୍) ମଧ୍ୟ ୬.୭୫ ପ୍ରତିଶତରେ ସ୍ଥିର ରହିଛି । ଏପ୍ରିଲରେ ମଧ୍ୟ ଏହି ରେଟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବାରୁ ଆରବିଆଇ ରେପୋ ରେଟ୍ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ।

Leave a Reply

Your email address will not be published. Required fields are marked *