ଋକ୍ତହିନତା ର କାରଣ ଓ ତାର ଉପଚାର ସମ୍ପର୍କିତ ଆଲୋଚନା ଚକ୍ର

ଋକ୍ତହିନତା ର କାରଣ ଓ ତାର ଉପଚାର ସମ୍ପର୍କିତ ଆଲୋଚନା ଚକ୍ର
ଫୁଲବାଣୀ:-୨୭/୦୫ ମାତୃ ଓ ଶିଶୁ ମୃତୁ୍ୟ ହାର କମାଇବାରେ ସୁରକ୍ଷିତ ଓ ଗୁ ଆନୁଷ୍ଠାନିକ ପ୍ରସବ ର ମହତ୍ୱ ଯଥେଷ୍ଟ ଅଧିକ ଥିବା ବେଳେ ରକ୍ତହିନତା ର କାରଣ ମଧ୍ୟ ଗର୍ଭବତି ଓ ପ୍ରସୁତି ସମୟରେ ପ୍ରଭାବ ପକାଉଛି । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ଜନ ସଚେତନତା ସୃଷ୍ଟି ଉଦ୍ୟେଶ୍ୟରେ ଟିକାବଲି ସ୍ଥିତ ମା ଗୃହ ତାର ପ୍ରତିଷ୍ଠା ଦିବସ ପାଳନ କରି ରକ୍ତହିନତା ର କାରଣ ଓ ତାର ପ୍ରତିକାର ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଯନ କରିଥିଲେ । ଟିକାବାଲି ବ୍ଲକ୍ ଅଧକ୍ଷ ଦିଲ୍ଲିପ କହଁର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଭଳି ଜିଲ୍ଲାରେ ସ୍ୱାତୀ ଅନୁଷ୍ଠାନ ଜାରି ରଖିଥିବା କାର୍ଯ୍ୟଧାରା ନିଶ୍ଚିତ ପ୍ରଶଂଶନୀୟ ବୋଲି କହିଥିଲେ । ତତ୍ସହିତ ଜିଲ୍ଲା ସମାଜ ମଙ୍ଗଳ ପୋ୍ରଗ୍ରାମ ଅଫିସର୍ ସରୋଜଲତା ଦେଇ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ଯୋଗଦେଇ ନାବଯାତ ଶିଶୁର ମାନସିକ , ଶାରୀରିକ ଓ ବୌଧିକ ବିକାଶ ନିମନ୍ତେ ଗର୍ଭବତୀ ମାନଙ୍କ ଗର୍ଭ ସମୟରେ ବିଭିନ୍ନ କ୍ଷେତ୍ରରେ ଯତ୍ନବାନ ନିଆଯିବା ଆବଶ୍ୟକ ବୋଲି କହିଥିଲେ । ଆହୁରି ମଧ୍ୟ ଗର୍ଭାବସ୍ଥାରେ ଯଦି ରକ୍ତ ହିନତା ଦେଖାଦିଏ ତେବେ ଉଭୟ ମା ଓ ଛୁଆ କୁ ପ୍ରଭାବିତ କରିଥାଏ ଯାହାକି ପରେ ବିକଳାଙ୍ଗ କିମ୍ବା କମ୍ ଓଜନ ର ଶିଶୁ ଜନ୍ମ ହୋଇଥାଏ ବୋଲି ସୂଚନା ଦେଇଥିଲେ । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ କନ୍ଧମାଳ ଙ୍କ ସହଯୋଗ ଓ ଜିଲ୍ଲା ଜାତିୟ ସ୍ୱାସ୍ଥ୍ୟ ମିଶନ୍ ଙ୍କ ସହାୟତା ରେ ୨୭ ମଈ ୨୦୨୦ ମସିହା ଠାରୁ ଟିକାବାଲି ବ୍ଲକର ଛତିଝାର ଠାରେ ଅବସ୍ଥାପିତ ମା ଗୃହ ରେ ପାଖାପାଖି ୧୮୦୦ ଗର୍ଭବତୀ ସୁରକ୍ଷିତ ମାତୃତ୍ୱ ଲାଭ କରିଥିବା କଥା ଅନୁଷ୍ଠାନର କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ । ଏହା ସହିତ ରକ୍ତହିନତା ରୁ ମୁକୁଳିବା ପାଇଁ ସରକାରଙ୍କ ମୋ ଉପକାରି ବଗିଚା କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ବି.ପି.ଏ.ମ୍. ରଶ୍ମିରଞନ ତ୍ରିପାଠୀ ଓ ଏସ୍.ଟି.ଏସ୍. ଆସିକ୍ କୁମାର ସାହୁ ଉପସ୍ଥିତ ରହି ରକ୍ତହିନତା ର କାରଣ ଓ ତାର ନିରାକରଣ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ତତ୍ସହିତ ଟିକାବାଲି ସମନ୍ୱିତ ଶିଶୁ ବିକାଶ ଅଧିକାରି ତାଙ୍କର ବକ୍ତବ୍ୟରେ ଗର୍ଭବତୀ ମାନଙ୍କର ଯତ୍ନ ନିଶ୍ଚିତ ଭାବେ ତାଙ୍କର ପରିବାର ର ସମସ୍ତ ବ୍ୟକ୍ତି ଙ୍କର ଦାୟିତ୍ୱ ହେବା ଆବଶ୍ୟକ ବୋଲି କହିଥିଲେ । ଶେଷରେ ଅନୁଷ୍ଠାନର ସ୍ୱାସ୍ଥ୍ୟ ସଂଯୋଜକ ବିଶ୍ୱରଞନ କର ମା ଗୃହର କାର୍ଯ୍ୟକ୍ରମ ବିଷୟରେ ସମୟକ ଧାରଣା ଦେବାସହିତ ଦନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ଗର୍ଭବତି, ସ୍ଥାନୀୟ ଏ.ଏନ୍.ମ୍. ଆଶା ଓ ଅଙ୍ଗନଓାଡି କର୍ମୀ ଯୋଗ ଦେଇଥିବା ବେଳେ ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ । ମା ଗୃହ ଟିକାବାଲି ର ନୁରୁପମା ନାୟକ, ନିରୁପମା କହଁର, ସୁନେମିୟା ଦିଗାଲ, ରାମେଶ୍ୱରୀ ଦିଗାଲ, ଗିତାଞଳୀ ବିଶୋଇ ଙ୍କ ସହିତ ଶ୍ରୀ ଅନ୍ନ ଅଭିଜାନ ପ୍ରକଳ୍ପର ବିନ୍ଦୁମା କହଁର ଏବଂ ସାମୁହିକ ମାନସିକ ରୋଗ ପରିଚାଳନା ପ୍ରକଳ୍ପ ର ଆଲୋକ ସାମନ୍ତରାୟ ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *