ରେଡକ୍ରସ ସଚିବଙ୍କ ୬୫ ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାଣୁ କରିବା ଓ ଏଥିପାଇଁ ଉଦ୍ଧିଷ୍ଟ ଅର୍ଥକୁ ହଡପ ପାଇଁ ଷଡ଼ଯନ୍ତ୍ର ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ।

ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ସମ୍ପୁର୍ଣ୍ଣ ଭାବରେ ଗ୍ରାମ ମାଲିକାନାରେ ଅନ୍ତର୍ଭୁକ୍ତ ।ଏହା ରାଜ୍ୟ କିମ୍ବା ଜିଲ୍ଲା ଶାଖାର ମାଲିକାନାରେ ଅନ୍ତର୍ଭୁକ୍ତ ନୁହେଁ। ତେଣୁ ଆଶ୍ରୟସ୍ଥଳୀ ବିଷୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଶ୍ରୟସ୍ଥଳୀ ଗ୍ରାମ ବାସିନ୍ଦା ସହିତ ଆଲୋଚନା ଜରୁରୀ । ରେଡକ୍ରସ ରାଜ୍ୟ ଶାଖାର ଆଶ୍ରୟ ସ୍ଥଳୀ ପାଇଁ ଉଦ୍ଦିଷ୍ଟ ପାଣ୍ଠିରେ କୌଣସି ଯୋଗଦାନ ନାହିଁ। ଏହା ଜର୍ମାନ ରେଡକ୍ରସ ଓ ଓଡ଼ିଶା ସରକାରଙ୍କ ଦତ୍ତ ଧନ।ରାଜ୍ୟ ଶାଖା କେବଳ ମଧ୍ୟସ୍ତି ଭୁମିକାରେ ଅବସ୍ତିତ, କିନ୍ତୁ ରାଜ୍ୟ ଶାଖା ଏବେ ନିଜକୁ ମାଲିକ ବୋଲି ଭାବି ଆଶ୍ରୟସ୍ଥଳୀ ଉପରେ ଛାଟ ଚଳାଇବାକୁ ଲାଗିଛି। ରେଡକ୍ରସର ମୂଳ ଲକ୍ଷ୍ୟ ବିପର୍ଯ୍ୟୟ ପ୍ରସ୍ତୁତି, ପରିଚାଳନା ଓ ରକ୍ତଭଣ୍ଡାରଣ ଓ ରକ୍ତସଞ୍ଚାର ହୋଇଥିଲେ ମଧ୍ୟ ଏହା ଏବେ ସବୁଠାରୁ ପଛରେ। ଵିଗତ ଦିନରେ ୫୮ ଗୋଟିରୁ୫୭ ଗୋଟି ରେଡକ୍ରସ ରକ୍ତଭଣ୍ଡାର ଯେଉଁ ସ୍ଥିତି ଭୋଗିଲେ , ଆଶ୍ରୟସ୍ଥଳୀ ଗୁଡିକ ଠିକ ସେପରି ସ୍ଥିତି ଆଡକୁ ଗତିକରୁଛି।ରେଡକ୍ରସ ଆଶ୍ରୟସ୍ଥଳୀ ଗୁଡିକ ପରିଚାଳନା, ରକ୍ଷଣାବେକ୍ଷଣ, ତାଲିମ ପଦ୍ଧତି ଅତ୍ୟନ୍ତ ଉଚକୋଟିର। ଆଶ୍ରୟସ୍ଥଳୀ ଗୁଡିକ ବିଷୟରେ ସଚିବଙ୍କ ଦ୍ଵାରା ବିଗତ ୨ ବର୍ଷ ମଧ୍ୟରେ ନିଆଯାଇଥିବା ଓ ନିଆଯିବାକୁ ଥିବା ପଦକ୍ଷେପକୁ ଆମେ ଘୋର ବିରୋଧ ଓ ନିନ୍ଦା କରୁଛୁ। ଏପରି ଭୁଲ କାର୍ଯ୍ୟରୁ ଦୁରେଇ ରହିବାକୁ ଆମେ ଦାବି କରୁଛୁ।