ମେ’ ୮ ଯାଏ କେଦାରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସ୍ଥଗିତ

ଡେରାଡୁନ, ୫।୫: କେଦାରନାଥ ଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ କେଦାରଘାଟିରେ ଖରାପ ପାଗ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୫ ରେ କେଦାରନାଥ ଧାମର ଦ୍ୱାର ଖୋଲା ଯାଇଥିଲା ଏବଂ ମେ’୪ ତାରିଖ ସୁଦ୍ଧା ୧.୨୩ ଲକ୍ଷ ଭକ୍ତ କେଦାରନାଥ ଧାମ ପରିଦର୍ଶନ କରିଥିବା ଜଣାପଡିଛି।

ଉତ୍ତରାଖଣ୍ଡର ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି, ଖରାପ ପାଗ ଯୋଗୁ ଏହି ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ୱାରା ଯାତ୍ରୀମାନେ କୌଣସି ଅପ୍ରୀତିକର ପରିସ୍ଥିତିରୁ ରକ୍ଷା ପାଇପାରିବେ। କୌଣସି ପ୍ରକାରର ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *