ସରକାରୀ ବେସରକାରୀ ବସରେ ଛାତ୍ର ଛାତ୍ରୀଙ୍କ ଯାତାୟାତ ଭଡା ରିହାତି ଦାବିରେ ରାସ୍ତାରୋକ

ସରକାରୀ ବେସରକାରୀ ବସରେ ଛାତ୍ର ଛାତ୍ରୀଙ୍କ ଯାତାୟାତ ଭଡା ରିହାତି ଦାବିରେ ରାସ୍ତାରୋକ।ନିମାପଡା () ମୋ ବସ ସମେତ ଅନ୍ୟାନ୍ୟ ବସରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ରିହାତି ଭଡ଼ା ଦାବିରେ ରାସ୍ତାରୋକ ଏବଂ ବିକ୍ଷୋଭ ପ୍ରଦର୍ଶନ। ପୁରୀ ଜିଲ୍ଲା ନିମାପଡ଼ା ଦୋଳବେଦୀ ଛକ ନିକଟରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ୨ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୂଚନା ଅନୁଯାୟୀ ନିମାପଡ଼ା ଅଞ୍ଚଳର ବିଭିନ୍ନ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ନିର୍ମିତ ସଂଘ ତଥା ଆମ ନିମାପଡ଼ା ଛାତ୍ର ସଂଘ ପକ୍ଷରୁ ଅନେକ ଥର ଛାତ୍ର ଛାତ୍ରୀଙ୍କ ସ୍ବାର୍ଥ ନିମନ୍ତେ ବସ ଭଡ଼ା ରିହାତି ନିମନ୍ତେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ପର୍ଯ୍ୟନ୍ତ ଲିଖିତ ଦାବିପତ୍ର ଦିଆ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଏହାକୁ କର୍ଣ୍ଣପାତ କରିନଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ ଆଣି ଆଜି ନିମାପଡ଼ା ଅଞ୍ଚଳର ବିଭିନ୍ନ କଲେଜର ୩ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨ଘଣ୍ଟାରୁ ଉର୍ଦ୍ଧ ସାଧାରଣ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିବା ବେଳେ ଶହ ଶହ ଗାଡ଼ି ରାସ୍ତା ଉପରେ ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା ।ତେବେ ଘଟଣା ସ୍ଥଳରେ ନିମାପଡ଼ା ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ,ନିମାପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ ଏବଂ ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ୱାଇଁ ପ୍ରମୁଖ ପହଞ୍ଚି ୧ଘଣ୍ଟାରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା ପରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭରୁ ଉଠିଥିଲେ।ତୁରନ୍ତ ଛାତ୍ର ସଂଘର ଦାବି ସରକାର ମାନି ନନେଲେ ଆଗାମୀ ସମୟରେ ହଜାର ହଜାର ଛାତ୍ର ଛାତ୍ରୀ ରାଜ ରାସ୍ତାରେ ରାସ୍ତାରୋକ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଅତ୍ୟଧିକ ବସ ଭଡା ସାଧାରଣ ଛାତ୍ର ଛାତ୍ରୀଙ୍କ ପାଇଁ ବାଧକ ସୃଷ୍ଟି କରିଛି। ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ଭଡା ଧାର୍ଯ୍ୟ କରିବାକୁ ନିମାପଡା ଛାତ୍ର ସଂଘ ଦାବୀ କରିଛି।