ଅନ୍ତରାଷ୍ଟ୍ରୀୟ ବିଶିଷ୍ଟ ଭେଟରାନ କ୍ରୀଡାବିତ୍ ଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଓଡ଼ିଶାର ବିଶିଷ୍ଟ ଭେଟରାନ କ୍ରୀଡାବିତ୍ ଇଂ. ସତ୍ୟାନନ୍ଦ ମହାନ୍ତି ଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଯାଜପୁର ରୋଡ ସିଭିଲ ସୋସାଇଟି ତରଫରୁ ସ୍ଥାନୀୟ ଚୋରଦା, ଦୁର୍ଗା କଲୋନୀ ସ୍ଥିତ ହରେକୃଷ୍ଣ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଆଇନଜୀବୀ ବିବେକାନନ୍ଦ ମହାନ୍ତି ଙ୍କ ଆହୁତ ସ୍ମୃତି ସଭାରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ ସଭାପତିତ୍ବ କରି ଆନନ୍ଦପୁର ରେ ଜନ୍ମିତ ଓ ଭୁବନେଶ୍ବର ନିବାସୀ ସ୍ୱର୍ଗତ ମହାନ୍ତି ଙ୍କ ଜୀବନ ରେ ବହୁବିଧ ପ୍ରତିଭା ଉପରେ ଆଲୋକ ପାତ କରିଥିଲେ l ସ୍ୱର୍ଗତ ମହାନ୍ତି ସମସ୍ତ ଛାତ୍ରଛାତ୍ରୀ, ଯୁବବର୍ଗ, ବୟସ୍କ, ବରିଷ୍ଠ ମାନଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ହୋଇ ଦୀର୍ଘ ଆଠାନବେ ବର୍ଷ ଜୀବନରେ ଶେଷ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ ଆଉ ରହିବେ ବୋଲି ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହନ୍ତି ବୈଠକ ରେ ମତ ପ୍ରକାଶ କରିଥିଲେ l ତେବେ ଏହି ସ୍ମୃତି ସଭାରେ ଜିଲ୍ଲା ଆଥେଲେଟିକ ସଂଘର ସମ୍ପାଦକ, ଭେଟରାନ୍ କ୍ରୀଡାବିତ୍, ଅବସର ପ୍ରାପ୍ତ କର୍ମଚାରୀ, ଚଣ୍ଡି କ୍ଲବ ର ସମ୍ପାଦକ, ଆଦର୍ଶ ଯୋଗ କେନ୍ଦ୍ରର ଗୁରୁଜୀ, କୋରାଇ ସଂଗ୍ରାମ ସମିତି ର ସମ୍ପାଦକ, ପୂର୍ବତନ ବାୟୁସେନା ଅଧିକାରୀ, ଟ୍ୟାକ୍ସ ବାର ଆସୋସିଏସନ ର ପୁର୍ବତନ ସଭାପତି ଙ୍କ ସମେତ ବୋହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l
ଯାଜପୁର ବ୍ୟାସନଗର – ଜ୍ୟୋତି ପ୍ରକାଶ ଭୂୟାଁ reporter