ପତଣ୍ଡା ଗ୍ରାମରୁ ପୁଣି ଏକ ହରିଣ ଉଦ୍ଧାର କଲା ବନବିଭାଗ

ପତଣ୍ଡା ଗ୍ରାମରୁ ପୁଣି ଏକ ହରିଣ ଉଦ୍ଧାର କଲା ବନବିଭାଗ
ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ ପତଣ୍ଡା ଗ୍ରାମ ଭିତରୁ ଗତକାଲି ଏକ ହରିଣ ଉଦ୍ଧାର କରାଯାଇଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ହରିଣ ଉଦ୍ଧାର କରିଛି ବନବିଭାଗ । ହରିଣଟିକୁ କୁକୁର ଗୋଡ଼ାଇ କାମୁଡି ଖଣ୍ଡିଆ ଖାବରା କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟ ଗାର୍ଡ ବୈଷ୍ଣବୀ ନାୟକ ଏବଂ ପାରା ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ଗଣିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିଛନ୍ତି । ତେବେ ହରିଣଟିକୁ ଆଜି ବନବିଭାଗ ପରିସରରେ ରଖିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲା ପରେ ଆସନ୍ତାକାଲି ତାକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି । ହରିଣଟିର ବୟସ ଆନୁମାନିକ ୪ ବର୍ଷ ହେବ ବୋଲି ଫରେଷ୍ଟର ଜଣାଇଛନ୍ତି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ