ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଗନ୍ନାଥ ପ୍ରସାଦ :ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ 21ନମ୍ବର ରାଜ୍ୟ ରାଜପଥ ନିକଟ ନୁଆଁକୁସାପୋଲି ଛକ ନିକଟରେ ଥିବା ଆମ୍ବ ତୋଟା ରୁ ଝୁଲନ୍ତା ମୃତ ଦେହ ଜଗନ୍ନାଥ ପ୍ରସାଦ ପୋଲିସ ଉଦ୍ଧାର କରିଛି l ମଳିଙ୍ଗୀ ନିକଟ ନୁଆଁ କୁଶାପଲି ଛକ ନିକଟରେ ଥିବା ସମ୍ବାରି ସେନାପତି ଆମ୍ବ ତୋଟା ରୁ ଦୁର୍ଗନ୍ଧ ବାହାରୁଥିବା ପଥ ଚାରୀଙ୍କ ନଜରକୁ ଆସିଥିଲା l ସନ୍ଧାନ କରି ପଥଚାରି ମାନେ ତୋଟା ମଧ୍ୟକୁ ଯାଇ ସେଠାରେ ଏକ ମୃତ ଦେହ ଆମ୍ବଗଛ ରେ ଝୁଲୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ l ଖବର ପାଇ ଥାନାଧିକାରୀ ଦିଲ୍ଲୀପ କୁମାରୀ ସ୍ୱାଇଁ ଓ ଏସ ଆଇ ପ୍ରଭାତ କୁମାର ସୁବୁଦ୍ଧି ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲେ l ମୃତ ବ୍ୟକ୍ତିର ପରିଚୟକୁସାପୋଲି ଗ୍ରାମ ର କେଦାର ନାୟକ, ବୟସ 33 ଜଣା ପଡିବା ସହ ମୃତ୍ୟୁ ର କାରଣ ଜାଣିବା ପାଇଁ ପରିବାର ଲୋକଙ୍କୁ ଅଧିକ ପୁଛତାଛ ଜାରିରଖିଛି l ସୂଚନା ଅନୁଯାୟୀ ମୃତ କେଦାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜ ରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା l ପରିବାର କହିଲେ ସ୍ତ୍ରୀ, ଝିଅ 11ବର୍ଷର ଓ ପୁଅ 4ବର୍ଷର l ପରିବାର ମଧ୍ୟରେ ଝଗଡା ଲାଗି 4/3/2023 ରେ ଭୁବନେଶ୍ୱର ରୁ ବାହାରି ନିଜ ଗ୍ରାମ କୁ ପହଂଚି ଥିଲା l ଘରକୁ ନଯାଇ ରାସ୍ତା କଡ଼ ରେ ଥିବା ଆମ୍ବଗଛ ରେ ଏକ ନୀଳ ରଙ୍ଗର ରସିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ପୋଲିସ ପହଂଚି ତଦନ୍ତ କରିବା ସହ କେସ ନମ୍ବର 3/23 ଅପମୃତୁ ମାମଲା ରୁଜୁ କରି ବ୍ରହ୍ମପୁର ସ୍ଥିତ ବିଷ ପ୍ରକ୍ରିୟା କରଣ ବା ଫାରେନ୍ସ ମେଡ଼ିସିନ ଆଣ୍ଡ ଟ୍ୟାକ୍ସଇକୋଲୋଜି କୁ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ସନ୍ଧାନକାରି ଅଧିକାରୀ ପ୍ରଭାତ କୁମାର ସୁବୁଦ୍ଧି ସୂଚନା ଦେଇଥିବା ବେଳେ ଶବ ବ୍ୟବଛେଦ ପରେ ମୃତ ଶରୀର କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ସୂଚନା ଦେଇଛନ୍ତି।
ରିପୋର୍ଟ- ଶିବ ଶଙ୍କର ପ୍ରଧାନ, ଜଗନ୍ନାଥପ୍ରସାଦ।