ନୀଳମଣି ସ୍ମୃତି ବିଦ୍ୟାପୀଠ ର ୪ର୍ଥ ଶ୍ରେଣୀ କର୍ମଚାରୀ ନାରଣ ପ୍ରଧାନଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା
ଚାରିଛକ :- ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ନୀଳମଣି ସ୍ମୃତି ବିଦ୍ୟାପୀଠ ବାହାରଣା ହାଇସ୍କୁଲ ପରିସର ମଧ୍ୟରେ ଶନିବାର ଦିନ ସ୍କୁଲର ୪ ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ତଥା ମଞ୍ଚର ସଭାପତି ଶ୍ରୀଯୁକ୍ତ ପ୍ରମେଶ କୁମାର ରାଉତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଏ ବି ଇ ଓ ଶ୍ରୀମତୀ ସୌଦାମିନୀ ଦାଶ , ତ୍ରିଲୋଚନ କର ,ସମ୍ନାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଦାମୋଦର ମିଶ୍ର , କୈଳାସ ଚନ୍ଦ୍ର ସ୍ୱାଇଁ ,ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ,ପୂର୍ବତନ ବାହାରଣା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ସ୍ୱାଇଁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ଓଝା ,ଦାମୋଦର ତିଆଡି ,ଅମୀୟ ରଞ୍ଜନ ମହାନ୍ତି , ମାଧବ ସାହୁ ଦିଲିପ କୁମାର ବାରିକ , ସ୍କୁଲ କମିଟିର ସଭାପତି କୂଳଲଷ୍ମୀ ଭୂୟାଁ ମଞ୍ଜା ସିନ ଅତିଥି ଭାବେ ଯୋଗଦେଇ ଥିଲେ ।ସଭା କାର୍ଯ୍ୟ ଆରମ୍ଭ ରୁ ୪ ର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ସ୍ୱତନ୍ତ୍ର ଭାବେ ଏନ ସିସି ସ୍କାଉଟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପାଛୋଟି ମଞ୍ଜକୁ ନେଇଥିଲେ । ପରେ ନିମତ୍ରିତ ଅତିଥି ଦ୍ୱାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍କୁଲର ୪ ର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଜୀବନୀ ଉପରେ ନିମତ୍ରିତ ଅତିଥି ,ସ୍କୁଲର ସମସ୍ତ କର୍ମଚାରୀ ସହିତ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ମାନେ ପ୍ରତି ଭାଷଣରେ କହିଥିଲେ।ମୁଖ୍ୟ ଅତିଥି ଙ୍କ ଦ୍ଵାରା ୪ ର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ନାନିତ କରିବା ପରେ ଅନୁଷ୍ଠାନ ର ପୁରାତନ ଓ ସମସ୍ତ କମିଟି ସଭ୍ୟ ଉପସ୍ଥିତ ରହି ସମ୍ନାନିତ କରିଥିଲେ । । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅନାଦି ଚରଣ ନାୟକ ,ମୁରଲୀଧର ପ୍ରଧାନ ,ଗୋବିନ୍ଦ ଚନ୍ଦ୍ର ଓଝା ,ଗୋବିନ୍ଦ ଚନ୍ଦ୍ର ବାରିକ ,ମନୋଜ କୁମାର ଦାଶ ,ଗୋବିନ୍ଦ ଚନ୍ଦ୍ର ବାରିକ , ନରେନ୍ଦ୍ର କୁମାର ବେହେରା ,ରଣେଶ ଚନ୍ଦ୍ର ଖଟୋଇ , ଅରୁପା ନନ୍ଦ ଗିରି , ସୁରେନ୍ଦ୍ର ନାଥ ପଢ଼ିଆରୀ ,ମହେନ୍ଦ୍ର ମଲ୍ଲ ,ଶଶାଙ୍କ ମହାନ୍ତି ,ବଳରାମ ମହାରଣା ,ସର୍ବେଶ୍ୱର ରଥ ,ଦିଲିପ କୁମାର ମହାନ୍ତି ,ଅବକାଶ ଜେନା ,ଗଙ୍ଗା ଧର ସ୍ୱାଇଁ ,ପଦ୍ମ ନାଭ ମିଶ୍ର ,ସତ୍ୟବ୍ରତ ମହାନ୍ତି ,ଶିଖର ପଣ୍ଡା ,ପ୍ରକାଶ ସ୍ୱାଇଁ ,ବିଜୟ କୁମାର ସ୍ୱାଇଁ ସହିତ ଶିକ୍ଷା କମିଟି ର ସଦସ୍ୟ ଓ ପୁରାତନଯୁଧିଷ୍ଠିର ଖଟୋଇ ,ଶିଵବ୍ରତ ମଲ୍ଲ ,କୃଷ୍ଣଚନ୍ଦ୍ର ବାରିକ , ବସନ୍ତ କୁମାର ମଲ୍ଲ ଓ ବର୍ତ୍ତମାନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ତାଙ୍କ ବିଦାୟ କାଳୀନ କାର୍ୟ୍ଯ ରେ ସ୍କୁଲ ରେ ଦୁଃଖର ଛାୟା ଖେଳିଯାଇଥିଲା ।ସଭା କାର୍ଯ୍ୟ ଶେଷରେ ଶିକ୍ଷକ ଅମୀୟ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।