ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଡାଳସିଙ୍ଗାମାର୍ଥାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ନଭେମ୍ବର ମାସ ତିରିଶି ତାରିଖ ଗୁରୁବାର ଦିନ ପୂର୍ବାହ୍ନ ଏଗାରଟାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଉପଦେଷ୍ଟା ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିଲେ। ଜଣେ କର୍ତ୍ତବ୍ୟ ନିଷ୍ଠ ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ପ୍ରଧାନ ବିଦ୍ୟାଳୟ ର ବିକାଶ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟ ଅତିଥି ଶ୍ରୀ ରାଉତ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ରାଉତ ମୋ ସ୍କୁଲ‌ଅଭିଯାନ୍ କୁ‌ ପଚାଶ ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ। ଶ୍ରୀ ରାଉତ ସ୍ଵପ୍ନ ଦେଖୁ ଭଲମଣିଷ ହେବା ପାଇଁ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ଙ୍କ ଗୁଣଗାନ କରି ବୀରବାଜିରାଉତ ମାଟିରେ ଢେଙ୍କାନାଳ ର ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ମଣିଷ ପରି ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ, ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ, ସତ୍ୟବାଦୀ ସାମଲ,ଧୃବଚରଣ ଗଡ଼ନାୟକ , ସଚ୍ଚିଦାନନ୍ଦ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରବିନ୍ଦ ତ୍ରିପାଠୀ, ପ୍ରଫେସର ମହାନ୍ତି,ଶରତ କୁମାର ଗଡ଼ନାୟକ, ନିରାକାର ନାୟକ, ଅବସରପ୍ରାପ୍ତ ଶିକ୍ଷକ ନରେଶ କୁମାର ମହାରଣା, ବାସୁଦେବ ରାଉତ, ବିରଞ୍ଚି ନାରାୟଣ ନାୟକ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷକ ଗଗନ ବିହାରୀ ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଙ୍କ ବିଦ୍ୟାଳୟ ଉନ୍ନୟନ ଦିଗ ଉପରେ ଆଲୋଚନା କରିଥିବା ବେଳେ ଶିକ୍ଷକ କିର୍ତ୍ତିଚନ୍ଦ୍ର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମରେ ଶିକ୍ଷକ ଚକ୍ରଧର ଜେନା, ସୁଶାନ୍ତ କୁମାର ତରାଇ ଶିକ୍ଷୟିତ୍ରୀ ରତ୍ନପ୍ରଭା ସ୍ବାଇଁ, କର୍ମଚାରୀ ଅଜୟ କୁମାର ବାରିକ, ଅଦୈକା ଚନ୍ଦ୍ର ପରିଡା ସକ୍ରୀୟ ସହଯୋଗ କରିଥିଲେ। ଛାତ୍ରୀ ଅବନ୍ତି ସାହୁ, ସାସ୍ବତି ଶୁଭଦର୍ଶୀନୀ ବେହେରା ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଗୁଣଗାନ କରିଥିଲେ। ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନ ତରଫରୁ ମାନପତ୍ର ଉପଢୌକନ ଓ ଉପହାର ଦେଇ ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଛାତ୍ରୀ ମାନେ ବିଦାୟ ସଙ୍ଗୀତ‌ ଗାନ କରିଥିଲେ

Leave a Reply

Your email address will not be published. Required fields are marked *