ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଭାବ ବିହ୍ୱଳ ହେଲା ସ୍କୁଲ୍ ପରିବେଶ

କାନ୍ଦିଲେ ଛାତ୍ରଛାତ୍ରୀ

ଗୋପ,୦୪.୦୬- ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତି ସରକାରୀ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି । ଏଥିପାଇଁ ତାଙ୍କ ସମ୍ମାନାର୍ଥେ ବୁଧବାର ପୂର୍ବାହ୍ନରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମର ବ୍ରହ୍ମା , ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ପ୍ରମୋଦ କୁମାର କର , ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାକାରୀ ହିମାଂଶୁ ଭୂଷଣ ସମରଥ , ବିଶିଷ୍ଟ ଅତିଥି ଭାବେ ବେଦପୁର ସରପଞ୍ଚ ଜୟନ୍ତୀ ଜେନା , ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ଉପ-ସଭାପତି ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷା ଦାନ ସହ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟରେ ଶୈଖିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତିଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଓ ଆଦର୍ଶ । ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କୁନା କୁନି ଛାତ୍ର ଛାତ୍ରୀ ମାନେ ଗୁରୁଜୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବ ବିହ୍ବଳ ହୋଈ ପଡ଼ିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଗୋପ ଶିକ୍ଷକ ସମନ୍ୱୟ ସମିତି ର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ମଞ୍ଚ ପରିଚାଳନା କରୁଥିବା ବେଳେ କାର୍ଯ୍ୟକ୍ରମ ପରଚଳନା ରେ ସନ୍ତୋଷ କୁମାର ବିଶ୍ବାଳ, ସୁରଜିତ ସାହୁ , ଦିବାକର ପରିଡା, ବିଶ୍ୱରଂଜନ ମିଶ୍ର , ଅଜୟ ରଥ, ବିଭୁଦତ ନାୟକ, ସୁବାସିନୀ ମିଶ୍ର ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *