ରେଳ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରେଳ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଭୁବନେଶ୍ୱର – ଭାରତୀୟ ରେଳବିଭାଗର ଭୁବନେଶ୍ୱର ଷ୍ଟେସନରେ ଟ୍ରେନ ମ୍ୟାନେଜର ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ଏମ ପି ରାଓ ଚଳିତ ମାସ ୩୧ ତାରିଖ ଦିନ ଚାକିରୀରୁ ଅବସର ନେବାକୁ ଯାଉଛନ୍ତି। ଏହି ଅବସରରେ ଗତ ୨୭ ତାରିଖ ବୁଧବାର ଦିନ ଭୁବନେଶ୍ୱରର ନାଗଭୂଷଣ ଭବନଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଏ ଉଭାଲେ ଯୋଗ ଦେଇ ଶ୍ରୀଯୁକ୍ତ ରାଓଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଆଇଜିସି ନୂଆଦିଲ୍ଲୀର ପୂର୍ବତନ ସଭାପତି ଏସ ନିଶଙ୍କ,ଏଆଇଜିସି ଜୋନାଲ ସେକ୍ରେଟାରୀ ଏକେ ଦାସ, ସିନିଅର ଟ୍ରେନ ମ୍ୟାନେଜର ଆରଏନ ନାୟକ, ଆର ଏନ ରଥ, ଏସ ସିଂ, ଏମ କେ ରାଓ, କେ କେ ବେହେରା, ଏସ ସେଠୀ, ଆର କେ ପତି, ଜେ ବେହେରା, ଏ କେ ସେଠୀ, ଏବଂ ଅସୀମ ଖାଁ ପ୍ରମୁଖ ଯୋଗଦେଇ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେବା ସହିତ ଅବସର ନେବା ପରେ ଏକ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *