ରାଜସ୍ୱ ପରିଷଦ ସଭ୍ୟଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୀକ୍ଷା

ପୁରୀ : ରାଜସ୍ୱ ପର୍ଷଦ ସଭ୍ୟ ସି ଜେ ବେନୁଗୋପାଳ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମୀକ୍ଷା କରିଥିଲେ।ରାଜସ୍ୱ ପର୍ଷଦ ସଭ୍ୟ ଶ୍ରୀ ବେନୁଗୋପାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ।ପରେ ସେ ବିଭିନ୍ନ ବିଭାଗର ସମୀକ୍ଷା କରିବା ସହ ଜନ ସାଧାରଣ ଙ୍କୁ ତ୍ୱରିତ ସେବା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ରାଜସ୍ୱ ଅଧିକାରୀ ଓ କର୍ମଚାରୀ ଙ୍କ କ୍ୱାଟର ନିର୍ମାଣ ପାଇଁ ପ୍ରସ୍ତାବ, ରାଜସ୍ୱ ଆଦାୟ, ମ୍ୟୁଟେସନ କେଶ୍ ଫଏସଲା,ଶିକ୍ଷାନୁଷ୍ଠାନ ମାନଙ୍କ ସପକ୍ଷରେ ଜମି ପଟ୍ଟା ତ୍ୱରାନ୍ୱିତ, ବିଭିନ୍ନ ସାର୍ଟିଫିକେଟ ମାମଲାର ତୁରନ୍ତ ଫଏସଲା ଉପରେ ଶ୍ରୀ ବେନୁଗୋପାଳ ଗୁରୁତ୍ୱ ଦେଇଥିଲେ।
ଏହି ସମୀକ୍ଷା ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର,ଉପ ଜିଲ୍ଲାପାଳ ଭବତାରଣ ସାହୁ,ଡେପୁଟି କଲେକ୍ଟର ସୁମନ୍ତ କୁମାର କର,ଗୋପୀନାଥ ମିଶ୍ର,ଆଦ୍ୟାଶା ରଥ,ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *