ଜଗନ୍ନାଥ ପ୍ରସାଦ ବ୍ଲକ ବିଡିପୁର ଗ୍ରାମ ପଞ୍ଚାୟତରେ ସମୀକ୍ଷା ବୈଠକ

ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ଗ୍ରାମ ପଞ୍ଚାୟତର ବୈଠକ ଗୃହ ଠାରେ ପଞ୍ଚାୟତର ପଞ୍ଚମ ସମୀକ୍ଷା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରପଞ୍ଚ ରଶ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କନ୍ଧମାଳର ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଏବ ସରପଞ୍ଚ ଲକ୍ଷ୍ମୀ ସ୍ବାଇଁ,ସରପଞ୍ଚ ପ୍ରତିନିଧି ଶିଶିରକାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ବାଇଁ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ପଟ୍ଟନାୟକ ଅଂଶଗ୍ରହଣ କରିଥିବା ବେଳେ ଯୋଗାଣ ସହାୟକା ରଶ୍ମିତା ସାହୁ,ଜିଆରଏସ୍ ସରୋଜ କୁମାର ନାୟକ,ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି,ଓ୍ବାର୍ଡମେମ୍ବର,ଏମବିକେ, ସିଆରପି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରଥମ ଦଫାରେ ୫୮ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିବା ବେଳେ ରାଜ୍ୟର ସମସ୍ତ ପଞ୍ଚାୟତମାନଙ୍କରେ ଚଞ୍ଚକତା ନେଇ ଅଭିଯୋଗ ହେଉଥିବା ବେଳେ ଏହି ପଞ୍ଚାୟତରେ ସମସ୍ତ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଦିଆଯାଇଥିଲା। ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *