ରିକ୍ସା ପୁଲର ଆୱାରନେସ

ସୁଦୂର ବିହାରରୁ ଆସି ଶ୍ରୀକ୍ଷେତ୍ରରେ ସଚେତନତାର ବାର୍ତା ବାଣ୍ଟୁଛନ୍ତି ଧନେଶ୍ ସାହା। ରିକ୍ସା ଚଳାଇ ବଡଦାଣ୍ଡରେ ସେ ନିଶାମୁକ୍ତ ସମାଜ ଓ ଶୈକ୍ଷିକ ସମାଜର ଆହ୍ୱାନ ଦେଇ ଏହି ସଚେତନତାର ଯାତ୍ରା କରୁଥିବା ବେଳେ ସବୁ ଧର୍ମ ସମାନ, ଧର୍ମ ଓ ଜାତିକୁ ନେଇ ନିଜନିଜ ମଧ୍ୟରେ କନ୍ଦଳ ସମିଚୀନ ନୁହେଁ ବୋଲି ମତ ଦେଇଛନ୍ତି । 2005 ମସିହାରୁ ରିକ୍ସା ଚଳାଇ ଧନେଶ୍ ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରିଥିବା ବେଳେ 2019 ମସିହା ଲକ ଡାଉନ ସମୟରେ ମଧ୍ୟ ଶ୍ରୀକ୍ଷେତ୍ର ଆସିଥିଲେ। ହେଲେ ପୋଲିସର କଡା ପ୍ରହରା ତାଙ୍କୁ ବାଇପାସ୍ ରୁ ହିଁ ଫେରିବାକୁ ବାଧ୍ୟ କରିଥିଲା । ତେବେ ଭାରତର ସମଗ୍ର ଅଞ୍ଚଳ ବୁଲି ସାରିଥିବା ବେଳେ ଆସାମ, ଶ୍ରୀନଗର ହରିଦ୍ୱାର ଭ୍ରମଣ ବାକି ରହିଛି । ତାହାକୁ ଖୁବଶୀଘ୍ର ସମାପ୍ତ କରିବେ ବୋଲି ସେ କହିଛନ୍ତି । ତେବେ ବଲିଉଡ଼ ତାରକା ଧର୍ମେନ୍ଦ୍ର ଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏହି ରିକ୍ସା ଯାତ୍ରା ଆରମ୍ଭ କରିଥିବା ବେଳେ ରିକ୍ସାରେ ଦେଶ ମାତୃକା ପାଇଁ ତ୍ୟାଗ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି ।