ବିଦୁରବାଙ୍କ ଗ୍ରାମରେ ଚଢ଼ାଉ
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ବିଦୁରବାଙ୍କ ଗ୍ରାମରେ ଚଢ଼ାଉ କରି ଜଣେ ଆସାମୀଙ୍କୁ ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି।କଂଗ୍ରେସ ପ୍ରଧାନ, ବୟସ-40,ଗାଁ-ବିଦୁରବାଙ୍କ ଥାନା -ବ୍ରହ୍ମଗିରି ଜିଲ୍ଲା-ପୁରୀ ।ତାଙ୍କ ପାଖରୁ 81 ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-3/23-24 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 8,10,000 ଟଙ୍କାରୁ ଉର୍ଦ୍ଧ୍ବ ହେବ।ଏହି ଚଢ଼ାଉରେ staff- ସଂଜୀପ ହସ୍ତୀ, ଅଭିଜିତ ପ୍ରଧାନ, ଜ୍ୟୋତିସ୍ମିତା,ବିଶ୍ୱଜିତ ପ୍ରମୁଖ ସାମିଲ ଥିଲେ।