ପୁରୀ ଯକ୍ଷ୍ମା ଡାକ୍ତରଖାନା ରେ ଗଭର୍ନିଙ୍ଗ ବଡି ମିଟିଙ୍ଗ ଅନୁଷ୍ଠିତ

ଆଜି ପୁରୀସହର ରୋପ୍ୟ ପଦକ ପାଇଥିବା ରେଡ଼କ୍ରସ ରୋଡ଼ ଯକ୍ଷ୍ମା ଡାକ୍ତରଖାନାରେ ଗଭର୍ନିଙ୍ଗ ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର, ପୂର୍ବତନ କାଉନସିଲର ଘନଶ୍ୟାମ ମର୍ଦରାଜ ଙ୍କ ସହିତ ଡାକ୍ତରଖାନା ଅଧିକାରୀମାନେ ଯୋଗଦେଇଥିଲେ l କିନ୍ତୁ ସିଡିଏମ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇନଥିବାରୁ ସମସ୍ତେ ଅସନ୍ତୁଷ୍ଟ ଥିଲେ l ଏଠାରେ ଡାକ୍ତରଖାନାର ବିଭିନ୍ନ ଅସୁବିଧା ବିଷୟରେ ଏପରିକି ସାଧାରଣ ଯକ୍ଷ୍ମା ହସ୍ପିଟାଲ ର ଗୋଟେ ନାମ ଫଳକ ନଥିଲା ବେଳେ ରୋଗୀମାନେ ଯକ୍ଷ୍ମା ଡାକ୍ତରଖାନା ଖୋଜିବାକୁ ପଡୁଛି l ଏହି ସବୁ ଛୋଟବଡ଼ ଅସୁବିଧା ପନ୍ଦର ଦିନ ମଧ୍ୟରେ ପୂରଣ କରାଯିବା ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *