ଅଜଣା ଗାଡ଼ି ଧକ୍କାରେ ଯୁବକର ମୃତ୍ୟୁ

କ.ନୂଆଗାଁ: ରିପୋର୍ଟ-ନିଗମାନନ୍ଦ ପୂଜାରୀ ବାଲିଗୁଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ 59 ମହାସିଙ୍ଘ ବ୍ରିଜ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ରେ ଜଣେ ଯୁବକ ର ମୃତ୍ୟୁ ଘଟିଛି।ମୃତ ଯୁବକ ହେଲେ ମହାସିଙ୍ଗ ଗ୍ରାମର ଲକ୍ଷ୍ମୀକାନ୍ତ କହଁର ବୋଲି ଜଣାପଡିଛି।ମୃତ ଲକ୍ଷ୍ମୀକାନ୍ତ ବାଲିଗୁଡ଼ା କୁ କିଛି କାମରେ ଯାଇଥିଲେ।ନିଜଘର ମହାସିଙ୍ଘ କୁ ଫେରିବା ସମୟରେ ଏକ ଅଜଣା ଗାଡ଼ି ମହାସିଙ୍ଗ ବ୍ରିଜ ନିକଟରେ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା।ଘଟଣା ସ୍ଥଳ ରେ ହିଁ ବାଇକ ଆରହି ଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ 59 ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply

Your email address will not be published. Required fields are marked *