ଅଜଣା ଗାଡି ଧକ୍କାରେ ମହିଳା ଗୁରୁତର

ଅଜଣା ଗାଡି ଧକ୍କାରେ ଜଣେ ମହିଳା ଗୁରୁତର ହୋଇ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାପଡିଛି ଯୋଡା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ କଳାପାହାଡ ଉଠାଣୀ ଛକ ନିକଟରେ ଏକ ଅଜଣା ଗାଡି ଜଣେ ମହିଳାଙ୍କୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ମହିଳା ଜଣଙ୍କ ଗୁରୁତର ଆହାତ ହୋଇଥିଲେ । ଯୋଡା ଥାନା ପୋଲିସଙ୍କ ସହଯୋଗରେ ଉକ୍ତ ମହିଳାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ଆଣିଥିଲେ । ଗୁରୁବାର ଅପରାହ୍ନରେ ୫୨୦ ନମ୍ବର ଜାତୀୟ ରାଜପଥ କଳାପାହାଡ଼ ରାସ୍ତାରେ ବନେଇକଳା ଅଞ୍ଚଳର ବେଲମଣି ମୁଣ୍ଡା ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ଯୋଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *