ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ପାଣି ଟ୍ୟାଙ୍କର ଧକାରେ ଗତକାଲି ସନ୍ଧ୍ୟା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ କାମାକ୍ଷାନଗର- ଢେଙ୍କାନଳ ମୁଖ୍ୟରାସ୍ତାରେ ଶବ ରଖି ରାସ୍ତାଅବରୋଧ କରଛନ୍ତାି । ମୃତକ ହେଲେ ଢେଙ୍କାନଳ ଜିଲ୍ଲା ତୁମୁଶିଙ୍ଗା ଥାନା କରବର ସାହିର ରମେଶ ( ଗେଡୁ) ନାଏକ । ସୁଚନା ମୁତାବଜ ଗତ ଗୁରୁବାର ରାତି ୮ ଟା ସମୟରେ ଗେଡୁ କୌଣସି କାମକୁ ନେଇ ପଣ୍ଡୁଆ ଛକକୁ ଆସିଥିଲେ । କାମ ସାରି ସାଇକେଲ ଯୋଗେ ପଣ୍ଡୁଆ ବଜାର ରୁ ନିଜ ଘରକୁ ଫେରୁଥିଲେ। ସେହି ସମୟ ରେ ପଣ୍ଡୁଆ ବଜାର ର ପୂର୍ତ୍ତବିଭାଗରେ ରାସ୍ତା ନିର୍ମାଣଧିନ ଥିବା ସମୟରେ ରାସ୍ତା କାମ ରେ ନିୟୋଜିତ ଥିବା ପାଣି ଟ୍ୟାଙ୍କରଟି ଗେଡୁଙ୍କ ଉପରେ ଚଢି ଯାଇଥିଲା l

ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପାଣି ଟ୍ୟାଙ୍କରଟି ଜବତ କରିବା ସହ ଶବଟିକୁ ବ୍ୟବଛେଦ ପଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଥିଲା ।

ତେବେ ଶବ ବ୍ୟବଛେଦ ପରେ ଆଜି ଦିନ ୧୨ ଟା ବେଳକୁ ପହଞ୍ଚିବା ପରେ ଗ୍ରାମବାସୀ କ୍ଷତିପୂରଣ ଦିବିରେ କାମାକ୍ଷା ନଗର -ଢେଙ୍କାନାଳ ପୂର୍ତ୍ତବିଭାଗ ରାସ୍ତା ର ପଣ୍ଡୁଆ ଛକ ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ |ସେପଟେ ଘଟଣା ସ୍ଥଳରେ କାମାକ୍ଷାନଗର ଏସ୍ଡ଼ିପିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏବଂ ଠିକାଦାର ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ୧ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ପରେ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ଏବଂ ଯାତାୟତ ସ୍ୱାଭାବିକ ହୋଇଥିଲା।
Report : – Prakash Kumar Patra