ମରଣର ଗନ୍ତାଘର ସଁପଡା ଠାରୁ ଟଭାପଲ୍ଲୀ ରାସ୍ତା

ନୂଆଗାଁ – ଖୋଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ର ମାଇଛେଳି ପଞ୍ଚାୟତ ସ୍ଥିତ ସଁପଡା ଠାରୁ ଟଭାପଲ୍ଲୀ ରାସ୍ତା ମରଣଯନ୍ତା ପାଲଟିଛି। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜାତାୟତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ରାସ୍ତା ଅତି ଶୋଚନୀୟ ଭାବେ ଅବହେଳିତ ଅଭିସସ୍ତ ହୋଇ ପଡି ରହିଛି।ଜାହା ଦ୍ଵାରା କି ପଞ୍ଚାୟତ ର ୫ଖଣ୍ଡ ଗ୍ରାମର ପ୍ରାୟ ୮୦୦ଶହ ଲୋକ କାଣିଗିରି, ଟଭାପଲ୍ଲୀ, ସତ୍ୟନାରାୟଣ ପୁର, କାଦୁଆ ସାହି ଓ ସଁପଡା ଗ୍ରାମର ଗ୍ରାମବାସୀ ମାନେ ଜିବା ଆଶିବା ପାଇଁ ଅଶୁବିଧା ସମୁଖୀନ ହେଉଛନ୍ତି। କାରଣ ଏହି ରାସ୍ତା ଦେଇ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ମେଡିକାଲ ଇତ୍ୟାଦି ଜିବା ଆସିବା କରନ୍ତି।ଜୋହେତୁ ଅଞ୍ଚଳରେ ଗୋଟିଏ ମାତ୍ର ହାଇସ୍କୁଲ ସଁପଡା ଠାରେ ଅବସ୍ଥିତ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ରେ ଜାଇ ନାହଁ ନଥିବା ଅସୁବିଧା ଭୋଗନ୍ତି ଜାହା ଲେଖା ମଧ୍ୟ୍ୟମରେ ବର୍ଣ୍ଣନା କରାହେବ ନାହଁ।ଏ ବିଷୟ ନେଇ ଶରକାରି ଅଫିସର ଠାରୁ ରାଜନେତା ମାନଙ୍କୁ ଜେତେ ଗୁହାରି କଲେ ମଧ୍ୟ୍ୟ ଶୁଫଳ ମିଳୁନାହିଁ ବୋଲି ଅଞ୍ଚଳ ବାଶି କୁହନ୍ତି।ତେଣୁ ଏଦିଗରେ ନୟାଗଡ଼ ଜିଲ୍ଲା ପାଳ ଓ ୫ଟି ଶଚିବ ଦୁଷ୍ଟି ଦେବାକୁ ଅଞ୍ଚଳ ବାସି ମାନେ ଦାବି ରଖିଛନ୍ତି। ରିପୋର୍ଟ – ମାନସ ରଞ୍ଜନ ତ୍ରିପାଠୀ,ତୀର୍ଥକ୍ଷେତ୍ର