ସରକାର ପ୍ରତିଶୃତି ପରେ ମଧ୍ୟ ରାସ୍ତା ନିର୍ମାଣରେ ବିଳମ୍ବ, ନାହିଁ ନଥିବା ସମସ୍ୟାରେ ଅଞ୍ଚଳବାସୀ

ଭଲ ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଯାତାୟତ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ଅଭାବନୀୟ ପରିସ୍ଥିତିରେ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତରେ । 59 ନଂ ଜାତୀୟ ରାଜପଥ ଠାରୁ ଡାବୁଲକିଆ ଗାଁକୁ ଯିବାପାଇଁ ହେଲେ ଚାରି କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼େ ।ହେଲେ ସରକାର ଲୋକଙ୍କ ଗମନାଗମନ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ସବୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି ଡାବୁଲକିଆ ଗ୍ରାମବାସି ।ସୂଚନା ମୁତାବକ ଏହି ଗ୍ରାମଟି ଆଜକୁ ପ୍ରାୟ ଦୀର୍ଘ ସତୁରୀ ବର୍ଷରୁ ଉର୍ଦ୍ଧ୍ବ ହେବ ଲୋକମାନେ ବସବାସ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସବୁ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ ।ଅନ୍ୟ ପକ୍ଷରେ ଯଦି ଦେଖିବା ବର୍ତ୍ତମାନ ସେହି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ବାଧ୍ୟ ହୋଇ ଘଞ୍ଚ ଜଙ୍ଗଲ ଗୁଡ଼ି ମାଟି ଓ ପାହାଡ଼ ପର୍ବତ ଅତିକ୍ରମ କରି ବର୍ଷା ଦିନେ ବହୁତ କଷ୍ଟରେ ଆସି ପାଠ ପଢିବା ଦେଖିବାକୁ ମିଳିଛି ।ତତ ସହିତ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ନାହିଁ ନଥିବାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।ପ୍ରାୟ ଚାରି ରୁ ପାଞ୍ଚ କିଲୋମିଟର ଚାଲି ଚାଲି ଆସିଲେ। ଗାଡ଼ି ର ସୁଵିଧା ମିଳିଥାଏ । ଏ ବାବଦରେ ସେହି ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି ସଫଳ ପାଇପାରି ନଥିବା କହିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *