ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ୍ ନୁହେଁ ମନ୍ତ୍ର ହେବା ଆବଶ୍ୟକ
ଖୋର୍ଦ୍ଧା:- ସଉକ ଆମର ଦୈନଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି । ସତକ ଉପରେ ଆମେ ସମସ୍ତେ ନିର୍ଭରଶୀଳ, ମାତ୍ର ସେହି ସଡକ ଉପରେ ଘଟୁଥିବା ଦୁର୍ଘଟଣା ଏକ ମହାମାରୀ ରୂପ ନେବାକୁ ବସିଲାଣି, ଯାହାବି ଚିନ୍ତାଜନକ । ଓଡିଶାରେ ଲକ୍ଷ ଲକ୍ଷ ଲୋକ ମଜଳ ଉପରେ ଯିବା ଆସିବା ସମୟରେ ସଚେତନତା ଅଭାବରୁ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ପାଇଁ ଅନେକ ଧନଜୀବନ ନଷ୍ଟ ହେଉଛି । ବିଶେଷକରି ଯୁବପିଢ଼ି ମାନେ କେଶୀ କ୍ଷତିର ଶିକାର ହେଉଛନ୍ତି । ଅନେକ ପରିବାର ଭାସି ଯାଉଛି । ସମସ୍ତ ପଥଚାରୀ ସଡକ ସୁରକ୍ଷର ନିୟମ କାନୁନ୍ ଜାଣିବା ସହିତ ନିର ପଦ ଭାବେ ଯାତ୍ରା କରିବା ଆବଶ୍ୟକ । ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କଲେ ଏଭଳି ଭୟଙ୍କର ବିପଦରୁ ଆମେ ରକ୍ଷା ପାଇପାରିବା । ସଡକ ସୁରକ୍ଷାକୁ ସ୍ଲୋଗାନ ନ କରି ଏହାକୁ ଜୀବନର ଏକ ମନ୍ତ୍ର କରିବା ଉଚିତ ବୋଲି ସଡକ ସୁରକ୍ଷା ସଚେତନତା ସାଧାରଣ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।
ଖୋଳା ଜିଲ୍ଲାରେ ସଡକ ପରିବହନ ଓ ରାଜପଥ ମନ୍ତ୍ରଣଳୟ ଆନୁକୂନ୍ୟରେ ଓ ସେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱାସ ସହଯୋଗରେ ସଜକ ସୁରକ୍ଷା ସଚେତନତା ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥୁରା ବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ମିତ୍ର, ସମ୍ମାନୀୟ ଅତିଥିଭାବେ ଆଂଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଖୋର୍ଦ୍ଧା ଆନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ, ବିଶ୍ଵାସ ଅନୁଷ୍ଠାନର ନିର୍ଦେଶକ ବୈକୁଣ୍ଠ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅତିଥିମାନେ ଏକ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଏହି ଓଲ୍ଟି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣୀୟ ବିଷୟକୁ ଜନସାଧରଣ ଜାଣିବା ପାଇଁ ଖୋଲାଯାଇଥିଲା । ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭୀକ କାର୍ଯ୍ୟକ୍ରମରେ ବିଶ୍ଵାସ ସମ୍ପାଦକ ସ୍ଵାଗତ କରିବା ସହ ଅତିଥୁ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଜଳ ସୁରକ୍ଷର ବିଭିନ୍ନ ଦିଗ ଓ ସହକ ସୁରକ୍ଷା ଆଇନ ସମ୍ପର୍କରେ ଅଜିଅମାନେ ଆଲୋଚନା କରିଥିଲେ । ପ୍ରତ୍ୟେକଟି ବ୍ୟକ୍ତି ସଡକରେ ଯିବା ସମୟରେ କେଉଁ କେଉଁ ଦିଗ ପ୍ରତି ସଚେତନ ହେଳା ନିହାତି ଆବଶ୍ୟକ ଓ ମୋଟର ଯାନର ବିଭିନ୍ନ ନିୟମ କ’ଣ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା । ଶେଷରେ ଖାଉଟି ଜାଗରଣ ପତ୍ରିକାର ସମ୍ପାଦକ ବଟକୃଷ୍ଣ ମୁଖ ଧନ୍ୟବାଦ ଅର୍ପଣ କରିଥବଲେ । ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜସ୍ତରରେ ଅନୁଷ୍ଠିତ ହୋଇଥିବା ସତକ ସୁରକ୍ଷା ସଚେତନତା ଦକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ଵଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ଟିଫିକେଟ୍ ଓ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ବିଶ୍ଵାସ ଅନୁଷ୍ଠାନ ଦୀର୍ଘ ବାଲି ମାସ ବ୍ୟାପୀ ସଡକ ସୁରକ୍ଷାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଅଛି । ପ୍ରଥମେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଡକ ସୁରକ୍ଷା ଜୀବନ ରକ୍ଷା ଆଧାରିତ ବକ୍ତୃତା, ପ୍ରବଦ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଅଂଚଳିକ ପରିବହନ କାର୍ଯ୍ୟାଳୟ ଠାରେ ଜାତୀୟ ସଡକ ସୁରକ୍ଷା ସଚେତନତା ରଥ ଓ ପଥ ପ୍ରାନ୍ତ ନାଟକ ଶୁଭାରମ୍ଭ ହୋଇ ସମଗ୍ର ଜିଲ୍ଲାରେ ସଚେତନତାର ବାର୍ତା ପହଁଚାଲିଥିଲା । ଏହାଛଡା ଲିପ୍ଳେଟ, ବ୍ୟାନର, ପୋଷ୍ଟର, ଏଲ୍ଇଡି ମାଧ୍ୟମରେ ସଡକ ସୁରକ୍ଷା ଟେଲି ଫିଲ୍ମ ପ୍ରଦର୍ଶନ ଓ ବିଭିନ୍ନ କାନ୍ଥରେ ସଜଳ ସୁରକ୍ଷା ଚିତ୍ର ଅଙ୍କନ କରାଯାଇ ସଜଳ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ବିଦ୍ୟାଳୟ ଛାତ୍ରା-ଛାତ୍ରୀ, ସାଧାରଣ ଜନତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତାମାନେ ସହଯୋଗ କରିଥିଲେ
ଖୋର୍ଦ୍ଧା ରୁ ପ୍ରମୋଦ ମହାପାତ୍ର ଙ୍କ ରିପୋର୍ଟ