ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚ଼େତନତା ଶୋଭାଯାତ୍ର।


ଆସିକା ତା ୧୧/୨୪ : ଦୈନିକ ସଡ଼କ ଦୂର୍ଘଟଣା ଦାଉରୁ ରକ୍ଷା ପାଇବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସବୁଜ ସଙ୍କେତରେ ଏବଂ ଯୁବ ରେଡକ୍ରସ ଶାଖା, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନିର ସ୍ବେଚ୍ଛାସେବୀ, କେଡେଟ୍ ଏବଂ କଲେଜର ଯୁକ୍ତ ଦୁଇ ଏବଂ ତିନିର ଛାତ୍ର ଛାତ୍ରୀଙ୍କ ସହଭାଗିତାରେ ଏକ ସଡ଼କ ସୁରକ୍ଷା ସଚ଼େତନତା ଶୋଭାଯାତ୍ରା ହୋଇଯାଇଛି। ଉକ୍ତ ପରିପ୍ରେକ୍ଷୀରେ ପ୍ରଶାସନିକ ଅଧିକାରୀ ଏନ୍.ସି.ସି ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଯୁବ ରେଡକ୍ରସର ଉପଦେଷ୍ଟା ଦ୍ବୟ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀ, ଏନ୍.ଏସ୍.ଏସ. ଅଧିକାରୀ ଦ୍ବୟ ପବିତ୍ର ଧଙ୍ଗଡ଼ମାଝି ଓ ଚନ୍ଦନ ମାରାଣ୍ଡି ଏବଂ ପି.ଇ.ଟି ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ମିଳିତ ସହଯୋଗରେ ସମ୍ଭବପର ହୋଇପାରିଥିଲା। ଶୋଭାଯାତ୍ରାଟି କଲେଜ କ୍ୟାମ୍ପସରୁ ବାହାରି କଲେଜ ଛକ ନିକଟସ୍ଥ ରାଜ୍ଜମାଁ ଠାକୁରାଣୀ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ସଡ଼କ ସୁରକ୍ଷା ଶୋଭାଯାତ୍ରାରେ ସଡ଼କ ସୁରକ୍ଷା ସଚ଼େତନତା ସଂକ୍ରାନ୍ତିୟ ବିଭିନ୍ନ ଶ୍ଳୋଗାନ ଏବଂ ପ୍ଳାକାର୍ଡ ମାଧ୍ୟମରେ ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ, ସ୍ବେଚ୍ଛାସେବୀ ଓ କେଡେଟ୍, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଲୋକମାନଙ୍କୁ ସଚ଼େତନତା କରାଇଥିଲେ। ଚଳିତ ବର୍ଷ ଏହି ରାଲିର ମୂଳମନ୍ତ୍ର ଥିଲା – ସଡ଼କ ସୁରକ୍ଷା ପରିବାର ରକ୍ଷା। ଅଧ୍ୟକ୍ଷ ଯୁବା ପୀଢ଼ୀଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ନିୟମାବଳୀକୁ ମାନି ନେବା ଦ୍ବାରା ହିଁ ଅକାଳ ବିୟୋଗରୁ ବର୍ତ୍ତି ପରିବାରକୁ ଅଚିରେ ସୁରକ୍ଷା ପ୍ରଦାନ କରିପାରିବା ବୋଲି ମନ୍ତବ୍ୟ ରଖିଥିଲେ। ଟ୍ରାଫିକର ବିଭିନ୍ନ ସଂକେତ ବିଷୟରେ ଯୁବ ରେଡକ୍ରସର ଉପଦେଷ୍ଟା ଦ୍ବୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ଶୋଭାଯାତ୍ରାରେ ସ୍ବେଚ୍ଛାସେବୀ ଛାତ୍ର ହୃଷିକେଶ୍, ସନ୍ଦିପ୍, ଗଣେଶ, ଶୁଭମ, ଶକ୍ତି, ଓମ୍, ରୋହନ୍ ଇତ୍ୟାଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ରାଲିକି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *