ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ “ଆମ ବାର୍ତ୍ତା, ସୁରକ୍ଷିତ ଯାତ୍ରା”

ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୧ ରୁ ଜାନୁଆରୀ ୧୭) ୨୦୨୩। ଆଜି ପଞ୍ଚମ ଦିବସରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବିରହରେକୃଷ୍ଣପୁର ଛକ ନିକଟରେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ “ଆମ ବାର୍ତ୍ତା, ସୁରକ୍ଷିତ ଯାତ୍ରା” ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଛକ ନିକଟରେ ଥିବା ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତୀରେ ଅଧିକାରୀଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୁନି ଶିଶୁ କଳାକାର ମାନେ ଝାନ୍ସି ରାଣୀ ଲକ୍ଷ୍ମୀ ବାଇ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ସୁବାସ ବୋଷ ଙ୍କ ବେଶରେ ରାସ୍ତାରେ ଯାତାୟାତ କରୁଥିବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରି ଗାଡ଼ିଚାଳକ ମାନଙ୍କୁ ସଚେତନ କରିବା ସହ ଏପରି ଭୁଲ ଭବିଷ୍ୟତରେ ନକରିବା ପାଇଁ ତାଗିଦ୍ କରିଥିଲେ। ଶିଶୁ କଳାକାର ମାନେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ମଦ ପିଇ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା ଇତ୍ୟାଦି ଯାତ୍ରୀମାନଙ୍କୁ ମହାପୁରୁଷଙ୍କ ବେଶରେ ଏକ ଭିନ୍ନ ଢ଼ଙ୍ଗରେ ସଚେତନ କରାଇଥିଲେ। ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବିନ ପଟ୍ଟନାୟକ ଏବଂ ଟ୍ରାଫିକ ଡି.ଏସ୍.ପି ଶ୍ରୀମତୀ ମନୋବ୍ରତା ଶତପଥୀ ଏବଂ ସଦର ଥାନା ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇଥିଲେ। ଚଳିତ ମାସ ୧୮ ତାରିଖ ଠାରୁ ଜିଲ୍ଲାର ସମସ୍ତ ଥାନା ଅଧୀନରେ ଥିବା ଅଞ୍ଚଳରେ ଜୋରଦାର ଚେକିଂ ହେବା ସହ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକକୁ ଦଣ୍ଡିତ କରାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *