ଅର୍ଣ୍ଣପୁର୍ଣା ବିଦ୍ୟାପୀଠ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ ଜିଲ୍ଲା ଚାରିଛକଠାରେଥିବା ସରକାରୀ ଅର୍ଣ୍ଣପୂର୍ଣା ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନସ୍ୱନି ଲେଙ୍କା ଙ୍କ ନେତୃତ୍ୱରେ ଏ ସଡ଼କ ସୁରକ୍ଷା ସଚେତନତା ସହିତ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ସରକାରୀ ଅର୍ଣ୍ଣପୂର୍ଣା ବିଦ୍ୟାପୀଠ ରୁ ଛାତ୍ର ଛାତ୍ରୀ ମାନେ ହାତରେ ସଚେତନତା ପ୍ଲାଗ୍ କାର୍ଡ ଧରି ଚାରିଛକ ଠାରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ବିଭିନ୍ନ ଅଞ୍ଚଳରୁ ଆସୁଥିବା ମଟର ସାଇକେଲ,କାର ସହିତ ବିଭିନ୍ନ ଗାଡ଼ିରେ ଯାତାୟାତ କରୁଥିବା ଗାଡି ଚାଳକ ସହିତ ଯାତ୍ରୀ ମାନଙ୍କୁ ହେଲମେଣ୍ଟ ପିନ୍ଧନ୍ତୁ ,ସିଟି ବେଲ୍ଟ ଲଗାନ୍ତୁ ଓ ଗାଡି ଚଲାଇବା ସମୟରେ ମଦ ଓ ନିଶା ନ ଖାଆନ୍ତୁ ନାହିଁ ପ୍ରମୁଖ ବିଷୟରେ ହାଇସ୍କୁଲ ର ଛାତ୍ର ଛାତ୍ରୀ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାପୀଠ ର ଶିକ୍ଷକ ପ୍ରଦୀପ୍ତ ଚନ୍ଦ୍ର ସାହୁ , ପ୍ରଣତି ବେହେରା , ଆଦ୍ୟାସା ପ୍ରିୟଦର୍ଶିନୀ , ପ୍ରକାଶ ଚନ୍ଦ୍ର ପାତ୍ର , ମାନସରଞ୍ଜନ ନାୟକ , ଶିଵବ୍ରତ ମଲ୍ଲ , ଅଭିଭାବକ ଅନୁରୋଧ ସ୍ୱାଇଁ ସହିତ ବିଦ୍ୟାପୀଠ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ ।