ନବୋଦୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଜଗତସିଂହପୁର ଜିଲ୍ଲା ରାହାମା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ର ସଦସ୍ୟ ସୁନାକର ବେହେରା ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ରାହମା ବଜାର ପରିକ୍ରମା କରିବା ସହିତ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବାବଦରେ ସାଧାରଣ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଦୁର୍ଘଟଣା ଜନିତ ଜିରୋ କାଜୁଆଲଟି ସହିତ, ବାଇଟ ଚାଳକ ମାନେ ହେଲମେଟ ବ୍ୟବହାର କରିବା, ଚାରିଚାକିଆ ଗାଡି ଚାଳକ ମାନେ ସିଟ ବେଲ୍ଟ ବାନ୍ଦିବା, ଟ୍ରାଫିକ ନିୟମ ପାଳନ କରିବା ବୋଲି ଲୋକଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ପରିବହନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ ମାନେ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ ।
ତେବେ ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ଥିବା ଏହି ରଥ ଜିଲ୍ଲା ର ବିଭିନ୍ନ ବ୍ଳକ ବୁଲି ଲୋକମାନଙ୍କୁ ଦୁର୍ଘଟଣା ଜନିତ ଘଟଣା ହ୍ରାସ ନିମନ୍ତେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଜଗତସିଂହପୁର ରୁ ରୀତାସାହୁ

Leave a Reply

Your email address will not be published. Required fields are marked *