ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟନ
ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦୁର୍ଘଟଣା ଜନିତ ଜିରୋ କାଜୁଆଲଟି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତି ରାଉତ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, ଜଗତସିଂହପୁର SDPO ରଶ୍ମିରଞ୍ଜନ ସାହୁ, ଜଗତସିଂହପୁର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ତେବେ ଏହି ରଥ ଜିଲ୍ଲା ର ବିଭିନ୍ନ ବ୍ଳକ ବୁଲି ଲୋକମାନଙ୍କ ଦୁର୍ଘଟଣା ଜନିତ ଘଟଣା ହ୍ରାସ ନିମନ୍ତେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ reporter