ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ ୧୬/୫ ସଡକ ସୁରକ୍ଷା ସମ୍ପର୍କରେ ଏକ ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଅଧ୍ୟକ୍ଷତା କରିବା ସହ ସଡ଼କ ସୁରକ୍ଷା ନିୟମ କୁ କଡାକଡି ଭାବେ ପାଳନ ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ରାସ୍ତା ନିର୍ମାଣ ସମୟରେ ଉପଯୁକ୍ତ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ, ସଡକ ସୁରକ୍ଷା ର ବିବିଧ ବ୍ୟବସ୍ଥା କୁ ଅନୁପାଳନ,ଉପୟୁକ୍ତ ସୂଚନା ଫଳକ ସ୍ଥାନିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୀ ମ୍ୟୁନିସିପାଲିଟି ସରୋଜ କୁମାର ସ୍ୱାଇଁ ,ଆର ଆଣ୍ଡ ବି ପୁରୀର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର , ଜାତୀୟ ରାଜପଥର ଏସଡିଓ,ଜାତୀୟ ରାଜପଥ କର୍ତ୍ତୃପକ୍ଷ ର ସାଇଟ୍ ଇଞ୍ଜିନିୟର, ଟ୍ରାଫିକ୍ ଆଇଆଇସି,ଏମ ଭି ଆଇ ପୁରୀ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆରଟିଓ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।ସଡକ ଦୁର୍ଘଟଣା ରୋକିବା, ଜାତୀୟ ରାଜପଥରେ ଆଲୋକ ବ୍ୟବସ୍ଥା କରିବା ଓ ଯାଞ୍ଚ ବ୍ୟବସ୍ଥା କୁ କଡାକଡି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲେ।