ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ ୩୦/୬ ସଡକ ସୁରକ୍ଷା ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ସଡ଼କ ସୁରକ୍ଷା ନିୟମ କୁ କଡାକଡି ଭାବେ ପାଳନ ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ରାସ୍ତା ନିର୍ମାଣ ସମୟରେ ଉପଯୁକ୍ତ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ, ସଡକ ସୁରକ୍ଷା ର ବିବିଧ ବ୍ୟବସ୍ଥା କୁ ଅନୁପାଳନ,ଉପଯୁକ୍ତ ସୂଚନା ଫଳକ ସ୍ଥାନିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ନିୟମ ଉଲ୍ଲଘଂନକାରୀ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ସହକାରୀ ଏମ ଭି ଆଇ ଆମିତ ରଣା,ଜାତୀୟ ରାଜପଥ କର୍ତ୍ତୃପକ୍ଷ ର ସାଇଟ୍ ଇଞ୍ଜିନିୟର, ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆରଟିଓ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।